ନିମିତ୍ତ
ଦେଖଣା
ନିମିତ୍ତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ ମିଦ୍ ଧାତୁ= ସ୍ନିଗ୍ଧ ହେବା+ କରଣ. ତ)
[ସମ୍ପାଦନା]- ୧. ହେତୁ; କାରଣ —୧. Cause; reason; ground.
ଏ ନିମିତ୍ତ ମାନରୁ ପାର୍ଥ ହାତେ ବଧ, ହେବେ କର୍ଣ୍ଣ ବୋଲି ସବୁରି ହେଲା ବୋଧ କୃଷ୍ଣସିଂହ. ମହାଭାରତ. କର୍ଣ୍ଣ
- ୨. ଉପଲକ୍ଷ —୨. Occasion.
- ୩. ଅଭିପ୍ରାୟ; ଉଦ୍ଦେଶ୍ୟ —୩. Motive; intention.
- ୪. ପ୍ରୟୋଜନ —୪. Need, necessity.
- ୫. ଲକ୍ଷଣ; ଚିହ୍ନ — ୫. Sign; mark; indication; token.
- ୬. ଉତ୍ପତ୍ତି —୬. Source; rise.
- ୭. ଶକୁନ; ଶୁଭାଶୁଭ ଲକ୍ଷଣ; ଯେଉଁ ଲକ୍ଷଣଦ୍ୱାରା ଘଟନା ଘଟିବା ପୂର୍ବରୁ ଶୁଭାଶୁଭ ସୂଚିତ ହୁଏ — ୭. Omen; premonitory sign.
- ୮. ଦାଗ —୮. Spot; speck.
- ୯. ଶରବ୍ୟ; ଲକ୍ଷ୍ୟ —୯. Aim; target; butt.
- ୧. (ଦର୍ଶନ ଶାସ୍ତ୍ର) କୌଣସି ଘଟନାର ମୁଖ୍ୟ ବା କାର୍ଯ୍ୟକାରୀ କାରଣ —୧୦. (Hindu philosophy) Instrumental or efficient cause (opposed to ଉପାଦାନ the operative or material cause). (M.W.)
- ୧୧. ପ୍ରକାଶ୍ୟ କାରଣ — ୧୧. Any apparent cause (Apte).
ଦେଶଜ - ଅ
[ସମ୍ପାଦନା]- ୧. ନିମନ୍ତେ —୧. For; on account of.
- ୨. ଲାଗି; ପାଇଁ —୨. For the sake of.
- ୩. ହେତୁରୁ; କାରଣରୁ —୩. Owing to.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନିମିତ୍ୟ (ଦେଖ) - —Nimitya (See)