Jump to content

ନିମ୍ୱାଦିତ୍ୟ

ଉଇକିଅଭିଧାନ‌ରୁ

ନିମ୍ୱାଦିତ୍ୟ

ଉଚ୍ଚାରଣ

[ସମ୍ପାଦନା]
  • ରୋ.ଟ୍ରା. — Nimbāditya
  • ଆଇ.ପି.ଏ. — nˈɔ hɾˌɔʃʃoˈikaɾ mˈɔ hˈʌlˈʌntɔ lˈetəbˈiːʃˈatoˈekˈo ˈakaɾ dˈɔ hɾˌɔʃʃoˈikaɾ tˈɔ hˈʌlˈʌntɔ ˈɔj

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

(ନାମ) ବୈଷ୍ଣବ ଧର୍ମ ସମ୍ପ, ଦାୟବିଶେଷ (ନିମାଉତି)ର ପ୍ରବର୍ତ୍ତକ —Name of a B&aline;i̱shṇaba reformer.

[ଦ୍ରଷ୍ଟବ୍ୟ —ନିମ୍ୱାଦିତ୍ୟ ବୃନ୍ଦାବନପାଖରେ ଧ୍ରୁବ ନାମକ ପାହାଡ଼ରେ ବାସ କରୁଥିଲେ ଏଠାରେ ଏହାଙ୍କ ଶିଷ୍ୟମାନେ ଗୋଟିଏ ମଠ ସ୍ଥାପନ କରି ଅଛନ୍ତି ଏହାଙ୍କ ପିତାଙ୍କ ନାମ ଜଗନ୍ନାଥ ବାଲ୍ୟାବସ୍ଥାରେ ଏହାଙ୍କ ନାମ ଭାସ୍କରାଚାର୍ଯ୍ୟ ଥିଲା ଏହାଙ୍କର ଅନ୍ୟ ନାମ ଅରୁଣି ଥିଲା ଏହାଙ୍କୁ କେହି କେହି ରାଧିକାଙ୍କ କଙ୍କଣର ଅବତାର ଓ କେହି କେହି ସୂର୍ଯ୍ୟଙ୍କ ଅଂଶରୁ ଜାତ ବୋଲି କହନ୍ତି ଏ ବିଶେଷ କୃଷ୍ଣ ଭକ୍ତ ଥିଲେ ଏହାଙ୍କ ସମ୍ୱନ୍ଧେ ହିନ୍ଦୀ ଭକ୍ତମାଳା ଗ୍ରନ୍ଥରେ ଲେଖା ଅଛି ଯେ ଥରେ ଜଣେ ସନ୍ନ୍ୟାସା ବା ଜୈନ ସାଧୁ ଏହାଙ୍କ ସଙ୍ଗେ ଦିନଯାକ ଶାସ୍ତ୍ରବିଚାର କରୁ କରୁ ସୂର୍ଯ୍ୟାସ୍ତ ସମୟ ଉପସ୍ଥିତ ହେଲା ନିମ୍ୱାଦିତ୍ୟ ଉକ୍ତ ସାଧୁଙ୍କୁ ଭୋଜନ କରନ୍ତି ନାହିଁ ବୋଲି ପ୍ରକାଶ କଲେ ଏହା ଶୁଣି ନିମ୍ୱାଦିତ୍ୟ ସ୍ୱୀୟ ସ୍ତୁତି ବଳରେ ଅସ୍ତୋନ୍ନୁଖ ସୂର୍ଯ୍ୟଙ୍କୁ ଅଟକାଇ ରଖିଲେ ଓ ସନ୍ନ୍ୟାସୀଙ୍କର ଭୋଜନ ଶେଷ ନ ହେବା ପର୍ଯ୍ୟନ୍ତ ସୂର୍ଯ୍ୟଦେବତା ଗୋଟିଏ ନିମ୍ୱ ଗଛ ଉପରେ ଅଟକି ରହିଲେ ଏଥିପାଇଁ ଏହାଙ୍କ ନାମ ନିମ୍ୱାଦିତ୍ୟ ବା ନିମ୍ୱାର୍କ ହୋଇ ଥିଲା ଏ ନିମାଉତ୍ ନାମକ ଗୋଟିଏ ବୈଷ୍ଣବ ସମ୍ପ୍ରଦାୟର ଆଦି ଗୁରୁ (ହିନ୍ଦୀ - ଶବ୍ଦସାଗର)

ଏହି ସଂପ୍ରଦାୟର ବୈଷ୍ଣବମାନେ ବ୍ରହ୍ମବୈବର୍ତ୍ତପୁରାଣ ବର୍ଣ୍ଣିତ ରାଧାକୃଷ୍ଣ ଯୁଗଳ ମୂର୍ତ୍ତିଙ୍କର ଉପାସନା କରନ୍ତି ଏମାନେ କପାଳରେ କେଶ ମୂଳଠାରୁ ଭ୍ରୂ ମୂଳ ପର୍ଯ୍ୟନ୍ତ ଦୁଇଟି ସମାନ୍ତର ଗୋପୀଚନ୍ଦନ ରେଖା ସାମ୍ପ୍ରଦାୟିକ ଚିହ୍ନ ସ୍ୱରୂପ ଧାରଣ କରନ୍ତି ଗୀତଗୋବିନ୍ଦରଚୟିତା ଜୟଦେବ ଗୋସ୍ୱାମୀ ଏହି ସମ୍ପ୍ରଦାୟଭୁକ୍ତ ଥିଲେ ମାଧବାଚାର୍ଯ୍ୟ ମଧ୍ୟ ଏହି ସଂପ୍ରଦାୟଭୁକ୍ତ ଥିଲେ କେହି କେହି ନିମାଉତ ସଂପ୍ରଦାୟକକୁ ମାଧବାଚାର୍ଯ୍ୟଙ୍କ ସମ୍ପ୍ରଦାୟ ନାମରେ ଡ଼ାକନ୍ତି]