Jump to content

ନିଯୋଗ

ଉଇକିଅଭିଧାନ‌ରୁ

ନିଯୋଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନି+ଯୁଜ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ହୁକୁମ; ଆଜ୍ଞା; ଆଦେଶ — ୧. Order; command; injunction.
୨. ଉପଦେଶ —୨. Advice; precept.
୩. ଅନୁମତି —୩. Permission; authority.
୪. କୌଣସି ଭାରାର୍ପଣ —୪. Charge; Commission.
୫. ପ୍ରେଷଣ; ପ୍ରେରଣ —୫. Sending.
୬. ନିବେଶ; ମନୋଯୋଗ —୬. Attention.
୭. ପ୍ରବୃତ୍ତି —୭. Propensity.
୮. ଅଧିକାର —୮. Authority ; possession.
୯. ବିଧାନ; ବ୍ୟବସ୍ଥା —୯. Rule; regulation.
୧. ବ୍ୟବହାର —୧୦. Use.
୧୧. ଅଧ୍ୟକ୍ଷତା —୧୧. Supremacy.
୧୨. ଚେଷ୍ଟା —୧୨. Effort; exertion (Apte)
୧୩. ନିଶ୍ଚୟ —୧୩. Certainty.
୧୪. ଅବଧାରଣ; ସ୍ଥିରୀକରଣ —୧୪. Settlement; resolution; ascertainment; determination.
୧୫. କୌଣସି କାମରେ ନିଯୁକ୍ତି; ଚାକିରି — ୧୫. Employment; appointment.
୧୬. ସ୍ୱଭାବ —୧୬. Contitution; nature.
୧୭. (ବ୍ୟାକରଣ) ଅନୁଜ୍ଞା — ୧୭. (grammar) Impertive mood.
୧୮. (ହିନ୍ଦୁ ସୃତି) ନିଯୋଗ ଧର୍ମ (ଦେଖ) - ୧୮. Nij̄oga dharma (see)
୧୯. କୌଣସି କାର୍ଯ୍ୟରେ ପ୍ରେରଣ — ୧୯. Deputation.
୨. କୌଣସି ବିଷୟରେ ନିଯୁକ୍ତି; ବ୍ୟବହାର — ୨୦. Application; use (M.W.)
୨୧. ନିର୍ଦ୍ଧିଷ୍ଟ କର୍ତ୍ତବ୍ୟ କର୍ମ — ୨୧. Appointed task or duty (M.W.)
୨୨. ଆବଶ୍ୟକତା —୨୨. Necessity (M.W.)
୨୩. ଅଦୃଷ୍ଟ; ଭାଗ୍ୟ —୨୩. Fate; destiny (M.W.)
୨୪. ପ୍ରେରଣା (ହିନ୍ଦୀ - ଶ.) —୨୪. Urging; impulse.
୨୫. ଅନ୍ୟ ଉପରେ କୌଣସି କ୍ଷମତା ଅର୍ପଣ — ୨୫. Authorisation.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୌଣସି ଦେବତା ବା ରାଜାଙ୍କ ନକଟରେ ସେବା କରୁଥିବା ଏକ ଶ୍ରେଣୀର ସେବକମାନଙ୍କର ଦଳ — The society of one class of servants serving a particular Deity or a king.

(ଯଥା—ଜଗନ୍ନାଥଙ୍କ ସୁଆର ନିଯୋଗ; ଲିଙ୍ଗରାଜଙ୍କ ବଡ଼ୁ ନିଯୋଗ)

ଚାଲିଲେ ରାଜେନ୍ଦ୍ର ସହ ଲକ୍ଷ ଲକ୍ଷ ପ୍ରଜା ପାତ୍ର, ମନ୍ତ୍ରୀ, ସଭାସଦ ନବର ନିଯୋଗ ରାଧାନାଥ, ମହାଯାତ୍ରା

ବିଶେଷଣ -

[ସମ୍ପାଦନା]

ଖଟଣି; ଅମୁକଙ୍କ ପାଇଁ ଅଭିପ୍ରେତ ବା ଉତ୍ସର୍ଗୀକୃତ — Meant for; dedicated.

ରେ ବିମ୍ୱାଧର ନିଯୋଗ ପାନ ଧରି ନଦୀରୁ ସନାଳ ସାରସ ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ