ନିଯୋଗ ଧର୍ମ
ନିଯୋଗ ଧର୍ମ
ଉଚ୍ଚାରଣ
[ସମ୍ପାଦନା]ନିୟୋଗ ପ୍ରଥା, ନିୟୋଗ ବିଧିଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -(ହିନ୍ଦୁ ସ୍ମୃତି)
[ସମ୍ପାଦନା]ଅସ୍ୱାମିକା ସ୍ତ୍ରୀ ବା ଅବୀରା (ଭ୍ରାତୃ ଜାୟା ଆଦି)ର ଗର୍ଭରେ ଅନ୍ୟପୁରୁଷ (ଦେବର ଆଦି)ଦ୍ୱାରା ପୁତ୍ର ଉତ୍ପାଦନ ପୂର୍ବକ ବଂଶରକ୍ଷା କରିବାର ପ୍ରଥା —(Hindu jurisprudence) The custom of begetting an heir or a child on a childless widow through the husband's brother (formely prevalent amongst the Hindus).
[ଦ୍ରଷ୍ଟବ୍ୟ — ମୃତ ଅପୁତ୍ରକ ବ୍ୟକ୍ତିଙ୍କ ବିଧବାସ୍ତ୍ରୀଙ୍କ ଗର୍ଭରେ ବିଧବାଙ୍କ ଦେବର ବା ସ୍ୱାମୀଙ୍କ ସପିଣ୍ଡ କୌଣସି ବ୍ୟକ୍ତିଙ୍କ ଔରସରେ ସନ୍ତାନ ଉପ୍ତାଦନ କରି ବଂଶ ରକ୍ଷା କରିବା ପ୍ରଥା ପ୍ରାଚୀନ ଆର୍ଯ୍ୟ ସମାଜରେ ଚଳୁଥିଲା ଓ ଏହି ପ୍ରଥା ଅନୁସାରେ ବ୍ୟାସାଙ୍କ ଔରସରେ ଅପୁତ୍ରିକ ମୃତ ରାଜା ବିଚିତ୍ରବୀର୍ଯ୍ୟଙ୍କ ଦୁଇ ସ୍ତ୍ରୀ ଅମ୍ୱା ଓ ଅମ୍ୱାଳିକାଙ୍କ ଗର୍ଭରେ ଯଥାକ୍ରମେ ଧୃତରାଷ୍ଟ୍ର ଓ ପାଣ୍ଡୁ ଉପ୍ତାଦିତ ହୋଇ ବିଚିତ୍ରବୀର୍ଯ୍ୟଙ୍କ ବଂଶ ରକ୍ଷା କରିଥିଲେ ହିନ୍ଦୁ ସ୍ମୃତିମାନଙ୍କରେ (ଯଥା ମନୁ୯୫୯: ଇତ୍ୟାଦି) ଏହି ପ୍ରଥାର ବର୍ଣ୍ଣନା ଅଛି, କିନ୍ତୁ କଳିଯୁଗରେ ଏ ପ୍ରଥା ନିଷିଦ୍ଧ ଥିବାର ପରାଶର ଉଲ୍ଲେଖ କରିଅଛନ୍ତି]