Jump to content

ନିରାଧାର

ଉଇକିଅଭିଧାନ‌ରୁ

ନିରାଧାର

ଉଚ୍ଚାରଣ

[ସମ୍ପାଦନା]
(ନିରାଧାରା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ନିର୍+ଆଧାର)

[ସମ୍ପାଦନା]
୧. ନିରାଶ୍ରୟ —୧. Helpless.
୨. ଆଧାର ବା ପାତ୍ର ଶୂନ୍ୟ — ୨. Dastitute of reception.
୩. ନିରାଲମ୍ୱ; ଅବଲମ୍ନନଶୂନ୍ୟ —୩. Having no prop or support; self supporting; having kno fulcrum; not relying on others.

ଦେଶଜ - ବିଶେଷଣ - (ସଂସ୍କୃତ - ନିର୍ଦ୍ଧାରିତ)

[ସମ୍ପାଦନା]
୧. ନିର୍ଧାରିତ; ନିଶ୍ଚିତ — ୧. Certain; sure; categorical; determined; undoubted.

ଆଞ୍ଚର ସେ କଥା ନରାଧାର କୃଷ୍ଣସିଂହ. ମହାଭାରତ. ଆଦି

୨. (ଯାହାର ରହିବାର ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ) ଯେ ସବୁ—ଠାରେ ଅଛି —୨. Omnipresent.

ହେ ନିରଞ୍ଜନ ନିରାକାର ନିରବଲମ୍ୱନ ନିରାଧାର ଭୂପତି. ପ୍ରେମପଞ୍ଚାମୃତ

୩. (ସଂସ୍କୃତ - ନିରାହାର) ଯେ ଆଧାର ଅର୍ଥାତ୍ ଆହାର ଗ୍ରହଣ କରି ନାହିଁ; ଅଭୂକ୍ତ; ଉପବାସୀ; ନିରାହାର — ୩. Fasting; having had no food.

ଯଥା—ଏକାଦଶୀ ନିରାଧାର, ଭିତରେ ଭିତରେ ଚୂଡ଼ା ମାର—ପ୍ରବଚନ