ନିରାଶ
ଦେଖଣା
ନିରାଶ
ଉଚ୍ଚାରଣ
[ସମ୍ପାଦନା](ନିରାଶା—ସ୍ତ୍ରୀ)
(ନୈରାଶ୍ୟ; ନିରାଶତ୍ୱ—ବି)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହ;ନିର୍+ଆଶା)
[ସମ୍ପାଦନା]- ୧. ଆଶାଶୂନ୍ୟ — ୧. Hopeless.
- ୨. ହତାଶ —୨. Despairing; despondent; disappointed.
- ୩. ନିସ୍ପୃହ —୩. Free from desire; indifferent
ନିଷ୍କାମ ନିର୍ମୋହ ନିରାଶ ଯହୁଁ ଶୁଣିଲେ ପୀତବାସ ଭୂପତି. ପ୍ରେମ ପଞ୍ଚାମୃତ
- ୪. ବଞ୍ଚିତ —୪. Deprived of; denied.
କେଉଁ ସତୀ ସେ ପୁଟ, ଭେଦନେ ଅଛି ନଟ ସେହୁ ନିପଟ ହୋଇ ନିରାଶ କବିସୂର୍ଯ୍ୟ. ସଙ୍ଗୀତ
- ୫. ନିର୍ମମ —୫. Pitiless.
ଦାସୀ ପ୍ରାୟେ ମୁହିଁ ମୋରେ କାହିଁକି ନିରାଶ ଭଞ୍ଜ. ପ୍ରେମସୁଧାନିଧି
- ୬. ନିଷ୍କାମ; କାମନାବିରହିତ —୬. Without any wish or desire (M.W.).
ଦେଶଜ - କ୍ରି. ବିଶେଷଣ -
[ସମ୍ପାଦନା]- ୧. ନିଷ୍ଠୁର ଭାବରେ; ନିର୍ଦ୍ଦୟ ରୂପରେ — ୧. Cruelly.
ମୁରଲୀ ବଜାଇ ଡାକେ ଯହୁଁ ଯାଇ, ଆଚରେ ବଡ଼ ନିରାଶ ଗୋ କବିସୂର୍ଯ୍ୟ. ସଙ୍ଗୀତ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ବସ୍ତୁରୁ ବଞ୍ଚିତ ହେବା ଅବସ୍ଥା — ୧. Deprivation.
- ୨. ଜଙ୍ଗଲୀ ତରୁଣବିଶେଷ — ୨. Memocylon Eonla (Haines).