Jump to content

ନିରୁକ୍ତକାର

ଉଇକିଅଭିଧାନ‌ରୁ

ନିରୁକ୍ତକାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିରୁକ୍ତ+ କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ନିରୁକ୍ତ ଗ୍ରନ୍ଥକର୍ତ୍ତା ମୁନି — The author of the Vedic Dictionary.


[ଦ୍ରଷ୍ଟବ୍ୟ —ବୈଦିକ ଶବ୍ଦମାନଙ୍କର ନିଘଣ୍ଠୁର ଯେଉଁ ବ୍ୟାଖ୍ୟା ଯାସ୍କ ମୁନି ସଂକଳନ କରିଥିଲେ, ତାହା ନିରୁକ୍ତ ନାମରେ ଖ୍ୟାତ ଯାସ୍କ ମୁନି ତାଙ୍କ ଗ୍ରନ୍ଥରେ ଶାକପୂର୍ଣ୍ଣ, ଔର୍ଣ୍ଣନାଭ ଓ ସ୍ଥୌଳଷ୍ଠବୀ ବା ସ୍ଥାଳଷ୍ଟବୀ ନାମକ ତିନି ଜଣ ପ୍ରାଚୀନ ନିରୁକ୍ତକାରଙ୍କ ନାମ ଉଲ୍ଲେଖ କରିଅଛନ୍ତି କିନ୍ତୁ ସେମାନଙ୍କ ଗ୍ରନ୍ଥ ଆଜିକାଲି ମିଳୁ ନାହିଁ ସାୟନାଚାର୍ଯ୍ୟ କହିଅଛନ୍ତି ଯେ, ଯେଉଁ ଗ୍ରନ୍ଥରେ ଏକ ଶବ୍ଦର ଏକାଧିକ ଅର୍ଥ ଓ ପର୍ଯାୟ ଲେଖାଯାଏ, ତାହା ନିରୁକ୍ତ କାଶିକା ବୃତ୍ତି ଅନୁସାରେ ନିରୁକ୍ତ ୫ ପ୍ରକାର ଯଥା—ବର୍ଣ୍ଣାଗମ (ଅକ୍ଷର ବଢ଼ାଇବା) ବର୍ଣ୍ଣବିପର୍ଯ୍ୟୟ (ଅକ୍ଷରମାନଙ୍କୁ ଆଗ ପଛ କରିବା); ବର୍ଣ୍ଣବିକାର (ଅକ୍ଷର ପରିବର୍ତ୍ତନ); ବର୍ଣ୍ଣ ନାଶ (ଅକ୍ଷରର ଲୋପ ଓ ଧାତୁର ଗୋଟିଏ ଅର୍ଥ ସିଦ୍ଧ କରିବା) ଯାସ୍କଙ୍କ ନିରୁକ୍ତରେ ୧୨:ଟି ଅଧ୍ୟାୟ ଅଛି ୧ମରେ ବ୍ୟାକରଣ ଓ ଶବ୍ଦଶାସ୍ତ୍ର ସମ୍ୱନ୍ଧୀୟ ସୂକ୍ଷ୍ମ ବିଚାର ଅଛି ୨ୟ ଓ ୩ୟ ଅଧ୍ୟାୟରେ ଯାସ୍କଙ୍କ ପୂର୍ବବର୍ତ୍ତୀ ୩ଜଣ ନିରୁକ୍ତକାରଙ୍କ ନିଘଣ୍ଟୁରେ ଥିବା ଶବ୍ଦମାନଙ୍କ ବ୍ୟାଖ୍ୟା ସହିତ ଅର୍ଥ ଅଛି ୪ ୫: ଓ୬ ଅଧ୍ୟାୟରେ ସାଙ୍କଙ୍କ ପ୍ରଣୀତ ନବ୍ୟ ନିଘଣ୍ଟୁର ଶବ୍ଦ ବିଷୟ ଅଛି ୭ମଠାରୁ ଦ୍ୱଦଶ ଅଧ୍ୟାୟରେ ବୈଦିକ ଦେବତାମାନଙ୍କର ବ୍ୟାଖ୍ୟା ଅଛି ହିନ୍ଦୀ - ଶବ୍ଦସାଗର]