Jump to content

ନିରୋପିବା

ଉଇକିଅଭିଧାନ‌ରୁ

ନିରୋପିବା

ଉଚ୍ଚାରଣ

[ସମ୍ପାଦନା]

(ନିରୂପିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ନିରୂପଣ)

[ସମ୍ପାଦନା]
୧. ନିରୂପଣ କରିବା; ନିର୍ଣ୍ଣୟ କରିବା — ୧. To ascertain; to settle.

ସକଳ ଧର୍ମ ରାଜା ଆଗେ, ନିରୋପି ଭୀଷ୍ମ ଅନୁରାଗେ— ଜଗନ୍ନାଥ. ଭାଗବତ

୨. ଯୁକ୍ତି କରିବା — ୨. To fix; to join to; to attach.

ଏରୂପେ ସାଧନ ସେ କଲେ ବହୁରେ ଆତ୍ମା ନିରୋପିଲେ—ଜଗନ୍ନାଥ. ଭାଗବତ

୩. ନିଶ୍ଚଳରୂପେ ସ୍ଥାପିବା — ୩. To place any thing fixedly.

ପକ୍ଷୀସ୍ୱରୂପ ମୁନିଗଣେ ମନ ନିରୋପି ତୋ ଚରଣେ—ଜଗନ୍ନାଥ, ଭାଗବତ

୪. ନିରୀକ୍ଷଣ କରିବା —୪. To observe.

ଅଙ୍ଗଷ୍ଠି ନୁହଇ ଅଛି ଅଙ୍ଗୁଷ୍ଠି ଆକାର ନିରୋପି ଚାହିଁଲେ ଦିଶେ ଶୂନ୍ୟର ଆକାର—ପ୍ରାଚୀ, ବ୍ରହ୍ମନିରୂପଣଗୀତା