Jump to content

ନିରୋଳେ

ଉଇକିଅଭିଧାନ‌ରୁ

ନିରୋଳେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ନୀରବ ହୋଇ; ନିଃଶବ୍ଦରେ — ୧. Silently; without making any noise.

ନୀଡ଼ କ୍ରୋଡ଼େ ବସି ସାରସ—ଦମ୍ପତି ଯହିଁ ନିରୋଳେ ପାଂଶୁ—ତୃଣବନେ ଦୋଳୁଥାନ୍ତି ସିନ୍ଧୁ—ବାୟୁ—ହିଲ୍ଲୋଳେ— ରାଧାନାଥ, ଉଷା

୨. ଏକାଗ୍ର ଚିତ୍ତରେ — ୨. Attentively; with close attention.

ବାଗ୍ଦେବୀଚରଣେ ପୂଜିବି ନିରୋଳେ—ରାଧାନାଥ, ଉଷା

୩. ଏକୁଟିଆ ହୋଇ; ନିର୍ଜନରେ — ୩. Alone; in a solitary place.

ଯୁବତୀ ଦେଖିଲେ ନିରୋଳେ ତକ୍ଷଣେ ହୁଅଇ ତରୁଣ— ଭୂପତି, ପ୍ରେମପଞ୍ଚାମୃତ

୪. ଉଦାସୀନଭାବରେ —୪. Unconcernedly.

ତଦ୍ୱତ ନନ୍ଦ ଗୃହୀମେଳେ ଆତ୍ମାର ରଖଇ ନିରୋତେ—ଜଗନ୍ନାଥ, ଭାଗବତ