Jump to content

ନିର୍ଗୁଣ୍ଡୀ

ଉଇକିଅଭିଧାନ‌ରୁ

ନିର୍ଗୁଣ୍ଡୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନିର୍=ବାହାରେ+ଗୁଣ୍ଡ୍ ଧାତୁ=ବେଷ୍ଟନ କରିବା+ଅ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ନେଳି ବେଗୁନିଆଁ; ଭାଣ୍ଡୀରାଦି ବର୍ଗର କ୍ଷୁପବିଶେଷ — ୧. Vitex Negundo.

[ଦ୍ରଷ୍ଟବ୍ୟ —ଏଗଛର ଫୁଲ ନେଳିଆ ବା ବାଇଗଣୀ ରଙ୍ଗର ଓ ପତ୍ର ସୁଗନ୍ଧ— ଯୁକ୍ତ ଅଟେ]

୨. ଧଳା ବେଗୁନିଆଁ; ଭାଣ୍ଡୀରାଦି ବର୍ଗର ବଡ଼ କ୍ଷୁପବିଶେଷ — ୨. Vitex trifolia; a wild plant; five leaved chaste tree.

[ଦ୍ରଷ୍ଟବ୍ୟ —ଏହାର ଡାଳ ଲୋମଶ, ପତ୍ର ସୁଗନ୍ଧ ଓ ୩ରୁ ୫ ଆଙ୍ଗୁଳି ପର୍ଯ୍ୟନ୍ତ ଲମ୍ୱ ହୁଏ ଫୁଲ ଛୋଟ ଛୋଟ ଧଳା ରଙ୍ଗର ଓ ଗ୍ରୀଷ୍ମକାଳରେ ଫୁଟେ ଏହି ଦୁଇ ଗଛର ପତ୍ର ଓ ଫଳ ବାତ ରୋଗର ଔଷଧରେ ଲାଗେ ଏହାର ପତ୍ର ସଙ୍ଗେ ପାଉଁଶ ମିଶାଇ ମୁଗରେ ପକାଇଲେ ସେଥିରେ ପୋକ ଲାଗନ୍ତି ନାହିଁ


ଅନୁବାଦ

[ସମ୍ପାଦନା]

ବୈଦ୍ୟଶାସ୍ତ୍ରରେ ଆଉ ଦୁଇ ପ୍ରକାର ସିନ୍ଧୁବାରର ଉଲ୍ଲେଖ ଅଛି କର୍ତ୍ତରୀ ସିନ୍ଧୁବାର ଓ ଆରଣ୍ୟ ସିନ୍ଧୁବାର ଏମାନଙ୍କର ପତ୍ର ଓ ପୁଷ୍ପ ଔଷଧରେ ଲାଗେ ବୈଦ୍ୟଶାସ୍ତ୍ର ମତରେ ଏହା କଟୁତିକ୍ତ, ଲଘୁ, କଫ, ବାତ, କ୍ଷୟ, କୁଷ୍ଠ, କଣ୍ଡୂ ଓ ଶୂଳନାଶକ, କାୟସିଦ୍ଧକ, ସ୍ମୃତିଦ, କେଶବର୍ଦ୍ଧକ, ନେତ୍ରହିତକର, ବାତଶ୍ଳେଷ୍ମହର ଓ କଫଘ୍ନ ଅଟେ