Jump to content

ନିର୍ଘାତ

ଉଇକିଅଭିଧାନ‌ରୁ

ନିର୍ଘାତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ନିର୍=ସମ୍ୟକ୍; ଅତିଶୟ+ହନ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ବାୟୁର ପରସ୍ପର ସଂଘାତଜନିତ ଭୟାନକ ଶବ୍ଦ — ୧. The roaring sound caused by the conflict of opposite winds; noise of contending winds in the sky.
୨. ଦୃଢ଼ ଆଘାତ — ୨. Violent stroke; severe blow.
୩. ଗମ୍ଭୀର ଶବ୍ଦ —୩. Rumbling sound.
୪. (+କରଣ+ଅ) ବଜ୍ର —୪. Thunderbolt.

ଉଲ୍ୱାତୁଲେ ନିର୍ଘାତ ଆକାଶୁ ପଡ଼ଇ—କୃଷ୍ଣସିଂହ. ମହାଭାରତ. ଉଦ୍ୟୋଗ

୫. ବଜ୍ରାଘାତ —୫. Thunder stroke.
୬. ପ୍ରଚଣ୍ଡ ବାୟୁ; ପ୍ରଭଞ୍ଜନ —୬. Tempest; gust of wind; hurricane.
୭. ଶୂନ୍ୟ ଗର୍ଜ୍ଜନ — ୭. A roar heard from the wind.

ଶତ ଶତ ହୋଇଣ ଶୁଭିଲା ନିର୍ଘାତ—କୃଷ୍ଣସିଂହ. ମହାଭାରତ. ବନ

୮. ଘୂର୍ଣ୍ଣିବାୟୁ —୮. Whirl wind.
୯. ଘଡ଼ଘଡ଼ି —୯. Thunder.

ନିଘାତ ତୁଲେ ଖସି ପଡ଼ିଲେ ଉଲୁକା କୃଷ୍ଣସିଂହ. ମହାଭାରତ. ବନ

୧. ବିନାଶ —୧୦. Destruction; ruin.
୧୧. ଭୂମିକମ୍ପ —୧୧. Earthquake (M.W.).

ବିଶେଷଣ -

[ସମ୍ପାଦନା]
୧. ବିଷମ; ପ୍ରବଳ; ପ୍ରଚଣ୍ଡ —୧. Violent.
୨. ଭୟାନକ; ଭୀଷଣ — ୨. Fierce; terrible; ferocious.
୩. ନିଷ୍ଠୁର —୩. Cruel.
୪. ବିନାଶକ —୪. Destructive.