ନିର୍ବନ୍ଧ
ଦେଖଣା
ନିର୍ବନ୍ଧ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ନିର୍+ବନ୍ଧ ଧାତୁ=ବାନ୍ଧିବା+ଭାବ. ଅ)
- ୧. ଆଗ୍ରହ; ଐତ୍ସକ୍ୟ; ବ୍ୟଗ୍ରତା — ୧. Eagerness; zeal.
ବ୍ରାହ୍ମଣ ତୁଲେଇ ସ ରତି ବନ୍ଧରେ ମାତି ବିହରିଲେ ଗୃହସ୍ଥ ନିର୍ବନ୍ଧରେ—କୃଷ୍ଣସିଂହ. ମହାଭାରତ. ଶାନ୍ତି
- ୨. ଅତିଶୟ ଅନୁରୋଧ; ଅତିଶୟ ପ୍ରାର୍ଥନା —୨. Importunity; pressing request; pertinacity.
- ୩. ବ୍ୟବସ୍ଥା; ବିଧାନ — ୩. Arrangment; settlement.
- ୪. ଅଭିନିବେଶ —୪. Close attention; devotion; tenacity of lpurpose; pertinacity in the pursuit of an object.
- ୫. ଜିଦ୍; ଜିଗର —୫. Zid.
- ୬. ଚିତ୍ତୋଭବ ଅକସ୍ମାତ ବାସନା; ଖାମଖିଆଲ — ୬. Whim; caprice.
- ୭. ବାଧ୍ୟତା —୭. Obligation.
- ୮. ଦାସତ୍ୱ —୮. Slavery; bondage.
- ୯. କାରାବନ୍ଧନ — ୯. Imprisonment; confinement.
- ୧. ନିଶ୍ଚୟ —୧୦. Certainty.
- ୧୧. ସଂଯୋଗ; ଘଟନା — ୧୧. Conjunction; occurrence.
- ୧୨. ଅଟକ —୧୨. Restraint.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବରକନ୍ୟା ବିବାହ ସମ୍ୱନ୍ଧରେ ଉଭୟ ପକ୍ଷର କର୍ତ୍ତାମାନଙ୍କ ମଧ୍ୟରେ ବାଗ୍ଦାନ — ୧. Marriage engagement; betrothal (between the guardians of the bride and the bridegroom elect); engagement for marriage.
ଉତ୍ତର ଫାଲଗୁନୀ ନକ୍ଷତ୍ର ଯେଉଁ ଦିନ ସେ ଦିନକୁ କଲେ ତପୋଧନ—କୃଷ୍ଣସିଂହ. ମହାଭାରତ, ଆଦି
- ୨. ବନ୍ଧନ —୨. Bond; binding.
ବୁଧର ମାଂସ ମଜ୍ଜା ଆଦି ଶିର ନିର୍ବନ୍ଧ ମଧ୍ୟେ ସ୍ଥିତି—ଜଗନ୍ନାଥ. ଭାଗବତ
=== ବିଣ—(ସଂସ୍କୃତ - ନିର୍ବନ୍ଧ)
ବନ୍ଦୀ —Confined.
ଗୋରୁ ଗର୍ଦ୍ଦଭ ଅଶ୍ୱରୂପେ ନିର୍ବନ୍ଧ ଗୃହ ଅନ୍ଧକୂପେ—ଜଗନ୍ନାଥ, ଭାଗବତ