ନିର୍ବେଦ
ଦେଖଣା
ନିର୍ବେଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନିର୍+ବିଦ୍ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଆତ୍ମାଗ୍ଳାନୀ; ବିରକ୍ତି; ସ୍ୱାବମାନନା; ଆପଣାକୁ ଧିକ୍କାର କରିବା —୧. Mortification; regret; disgust; self reproof.
ଏଣ ନିର୍ବେଦକୁ ପାଇସେ ନରସାଇଁ କୃଷ୍ଣସିଂହ, ମହାଭାରତ ସଭା
- ୨. ଔଦାସୀନ୍ୟ — ୨. Indifference; faintheartedness.
କର୍ମଧା ପଥରେ ସର୍ବେ ଆତଯାତ ହେଲେ ଅଲେଖ ପୁଷ୍ପର ସ୍ୱମୀ ଲିର୍ବେଦ ରହନ୍ତିପ୍ରାଚୀ. ବ୍ରହ୍ମନିରୁପଣ ଗୀତା
- ୩. ବୈରାଗ୍ୟ —୩. Apathy; indifference;to mundane affairs.
ବଳଜ ଥିବାର ଲୋକଟି ନିର୍ବେଦକୁ ସହାୟକୁ କରିଣ ହରନ୍ତି ଦିନକୁ କୃଷ୍ଣସିଂହ, ମହାଭାରତ ବନ
- ୪. ଅନୁତାପ —୪. Repentance; remorse.
- ୫. ନିରହଙ୍କାର —୫. Humility.
- ୬. ଖେଦ; ଦୁଃଖ —୬. Sorrow; grief.
ବିଶେଷଣ - (ବହୁବ୍ରିହି; ନିର୍+ବେଦ)
[ସମ୍ପାଦନା]- ୧. ବେଦ ବହିର୍ଭୂତ — ୧. Not according to the Bedas.
- ୨. ବେଦର ସୀମା ବହିର୍ଭୁତ — ୨. Beyond the jurisdiction of the Bedas.
ନିର୍ବେକ ଭୁବନ ସେ ଯେ ନ ବସଇ ବେଦ ପ୍ରାଚୀ, ବ୍ରହ୍ମନିରୁପଣ ଗୀତ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କିଂକର୍ତ୍ତବ୍ୟବିମୁଢୂତା — Being at a loss; bewilderment
ଏ ସକାଶୁଁ ନିର୍ବେଦ ହେଲା ଲୋକଙ୍କର ମନେ କଲେ କାହିଁକି ଛାଡିଲାଇଁ ଘର କୃଷ୍ଣସିଂହ ,ମହାଭାରତ ବନ
ବିଶେଷଣ -
[ସମ୍ପାଦନା]- ୧. କିଂକର୍ତ୍ତବ୍ୟବିମୁଢ଼ —୧. Dombfounded; at a loss; taken aback; bewildered.
- ୨. ଅତି ଦୁଃଖିତ —୨. Afflicted; distressed.
ନିର୍ବେଦ ହୋଇ ପୁଣି ବନରୁ ବାହୁଡିଲେ ଏହି କଥାମାନ ସେ ବଚନେ ବୋଇଲେ କୃଷ୍ଣସିଂହ, ମହାଭାରତ ଆଦି
- ୩. କ୍ଳାନ୍ତ; ଶ୍ରାନ୍ତ —୩. Tired; overpowered.
- ୪. ସ୍ଥିର —୪. Motionless; calm; quiet.