Jump to content

ନିଲାମ ଡାକିବା

ଉଇକିଅଭିଧାନ‌ରୁ

ନିଲାମ ଡାକିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (କଚିରିଆ)

[ସମ୍ପାଦନା]

ନିଲାମ ସମୟରେ ଉପସ୍ଥିତ ହୋଇ (ଗ୍ରହଣେଚ୍ଛୁ) ଈପ୍ସିତ ମୂଲ୍ୟ ପ୍ରକାଶ କରିବା —(a bidder) To bid at an auction.

[ଦ୍ରଷ୍ଟବ୍ୟ —କୌଣସି ସମ୍ପତ୍ତ ପ୍ରକାଶ୍ୟ ନିଲାମ ହେଉଥିବା ସ୍ଥଳରେ ହାକିମଙ୍କ ଉପସ୍ଥିତିରେ ଜଣେ ପିଆଦା ଉଚ୍ଚୈଃ— ସ୍ୱରରେ ନିଲାମ ହେଉଥିବା ସମ୍ପତ୍ତିର ନାମ ଓ ସଂକ୍ଷିପ୍ତ ବିବରଣ ଏବଂ ସରକାରୀ ଡାକ (ଅର୍ଥାତ୍ ସରକାରଙ୍କ ତରଫରୁ ଉକ୍ତ ସମ୍ପତ୍ତି କେତେ ମୂଲ୍ୟରେ ଗୃହୀତ ହେବ ତହିଁର ପରିମାଣର ଉଲ୍ଲେଖ) କହେ ଏହା ଶୁଣି ସେଠାରେ ଉପସ୍ଥିତ ଗ୍ରହଣେଚ୍ଛୁ ମାନେ କିଏ କେତେ ମୂଲ୍ୟରେ ନେବେ ତାହା, ଉଚ୍ଚୈଃସ୍ୱରରେ ପ୍ରକାଶ କରନ୍ତି ଗ୍ରହଣେଚ୍ଛୁ ମାନଙ୍କ ନିଲାମ ଡାକରେ ଯେଉଁ ଲୋକର ଡାକ ସର୍ବୋଚ୍ଚ ହୁଏ ଅର୍ଥାତ୍ ଯେ ଅନ୍ୟ ସମସ୍ତଙ୍କଠାରୁ ବେଶି ମୂଲ୍ୟରେ କିଣିବାକୁ ଡାକ ଦିଏ ତାହା ନାମରେ ନିଲାମ ଖତମ ହୁଏ; ଅର୍ଥାତ୍ ସେ ନିଲାମ ଖରିଦଦାର ବୋଲି ସ୍ଥିରୀକୃତ ହୁଏ ଓ ତାହାଠାରୁ ନିଲାମ ଜରସମନ ନିଆ ଯାଇ ତାକୁ ନିଲାମ ସମ୍ପତ୍ତିରେ ଦଖଲ ଦିଆଯାଏ ]