ନିଶା
ଦେଖଣା
ନିଶା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନି+ଶୋ ଧାତୁ=ଅଳ୍ପ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ରାତ୍ରି —୧. Night.
- ୨. ହରିଦ୍ରା; ହଳଦୀ —୨. Turmeric.
- ୩. ଅବସାନ; ଶେଷ —୩. End.
- ୪. (ଜ୍ୟୋତିଷ)—ମେଷ, ବୃଷ, ମିଥୁନ, କକଡ଼ା, ଧନୁ ଓ ମକର ଲଗ୍ନ —୪. (Astronomy) A particular time which is connected with the six zodiacal signs of Aries, Taurus, Gemini, Cancer, Sagittarious and Capricorn.
- ୫. ସ୍ୱପ୍ନ —୫. A vision; dream (M.W.)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ନଶା)
[ସମ୍ପାଦନା]- ୧. ଉନ୍ନାଦକାରକ ଗଞ୍ଜେଇ, ମଦ, ଅଫିମ ଆଦିର ସେବନଜନିତ ଉନ୍ନାଦନା; ମାଦକ — ୧. Intoxication.
- ୨. ନିଶା ଉତ୍ପାଦନ କରିବା ଦ୍ରବ୍ୟର ଅଭ୍ୟାସ; ଅମଳ — ୨. Intoxicating drug habit.
- ୩. ମାଦକ ଦ୍ରବ୍ୟ —୩. Intoxicating drug.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଅର୍ଦ୍ଧରାତ୍ର —୧. Dead of night; midnight.
- ୨. ବଡ଼ ଦେଉଳର ସଦର ଦୁଆର ଛଡ଼ା ଅନ୍ୟ ତିନି ପାଖେ ଦେଉଳର ଗାତ୍ରକୁ ଲଗାଇ ନିର୍ମାଣ କରାଯିବା ଛୋଟ ଦେଉଳ —୨. Small temples attached to the three sides of a big temple, except the front door side.
- ୩. ଖଣ୍ଡା ପ୍ରଭୃତିକୁ ତୀକ୍ଷ୍ଣଧାର କରିବା; ପଜାଇବା; ଶାଣ ଦେବା —୩. Sharpening or whetting of swords and other weapons.
- ୪. (ପୁଂ ଓ ସ୍ତ୍ରୀ) ନିଶାମଣିର ଡାକ ନାମ — ୪. Name for calling NiṡāmaṇĪ.
ପ୍ରାଦେଶିକ - (ଘୁମୁସର) ବିଶେଷ୍ୟ -
[ସମ୍ପାଦନା]ରେଜାଇ —Quilt.