ନିଶାଣ
ଦେଖଣା
ନିଶାଣ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ନିଶାନ୍=ଚିହ୍ନ ତୁଳ ସଂସ୍କୃତ - ନିଦର୍ଶନ)
[ସମ୍ପାଦନା]- ୧. ଧ୍ୱଜ; ପତାକା —୧. Ensign; flag; standard.
- ୨. (ଫାରାସୀ - ନିଶାନା) ବନ୍ଧୁକ ଓ ତୀରଆଦିରେ ଲକ୍ଷ୍ୟ ବସ୍ତୁ ବା ଚିହ୍ନ —୨. Target.
- ୩. ନିଦର୍ଶନ; ଶଙ୍କୁ; ଚିହ୍ନ —୩. Mark; sign.
- ୪. ଦସ୍ତଖତ କରି ନ ଜାଣିବା ବ୍ୟକ୍ତିର ସନ୍ତକ — ୪. A mark made by an illiterate person on a document.
- ୫. ଆନଦ୍ଧ ବାଦ୍ୟବିଶେଷ; ଗୋଟିଏ ଲୁହାର ବଡ଼ ହାଣ୍ଡି ଉପରେ ଚମଡ଼ା ଛିଆଣି କରାଯାଇଥିବା ଏକପ୍ରକାର ଢୋଲ —୫. A kind of drum.
ବଜ୍ରପାତ ଘୋଷ ନିଶାଣ ରବେ ନିଷାଦ ବଳି ଜାତ ସ୍ୱଭାବେ ଭଞ୍ଜ. ବୈଦେହୀଶବିଳାସ
- ୬. (କଚିରିଆ) ହାକିମଙ୍କ ନିକଟରେ କୌଣସି ବ୍ୟକ୍ତିକୁ ଚିହ୍ନଟ ଦେବା —୬. Identifying a person before a public servant.
- ୭. ସଙ୍କେତ; ସୂଚନା —୭. A hint; indication.
- ୮. ବାଦ୍ୟ; ବାଜା —୮. Musical instrument.