Jump to content

ନିଶ୍ୱାସ

ଉଇକିଅଭିଧାନ‌ରୁ

ନିଶ୍ୱାସ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ନି=ବାହାରକୁ+ଶ୍ୱସ୍ ଧାତୁ=ନିଶ୍ୱାସ ପ୍ରଶ୍ୱାସ ପକାଇବା+ଭାବ. ଅ)

[ସମ୍ପାଦନା]
୧. ନାକ ବାଟେ ବାୟୁ ଢୋକିବା —୧. Inspiration; drawing in of breath.
୨. ନାଟବାଟେ ଭିତରକୁ ଢୋକାଯିବା ବାୟୁ — ୨. Inhalation; inhaled air.
୩. ନାକବାଟେ ବାୟୁ ବାହାରକୁ ଛାଡ଼ିବା — ୩. Exhalation.
୪. ନାକବାଟେ ବାହାରକୁ ଛଡ଼ା ଯିବା ବାୟୁ — ୪. Exhaled air.

ନିଜ ନିଶ୍ୱାସରେ ପଡ଼ିଲେ ଢଲି—କବିସୂର୍ଯ୍ୟ. ସଙ୍ଗୀତ

୫. ପ୍ରାଣବାୟୁ; ନାସାଗତ ବାୟୁ — ୫. Breath; respiration; the breath of life.
୬. ଦୁଃଖଜନିତ ଦୀର୍ଘନିଶ୍ୱାସ —୬. Sigh; (M.W.)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବଳବାନ୍ ଅତ୍ୟାଚାରୀ ବ୍ୟକ୍ତି ପ୍ରତି ଦୁର୍ବଳ ଅତ୍ୟାଚରିତ ବ୍ୟକ୍ତିର ଦୀର୍ଘ ନିଶ୍ୱାସଯୁକ୍ତ ଅଭିଶାପ — ୧. Curse uttered by the weak oppressed against the strong oppressor, accompanied with deep sighs.

(ଯଥା—ଦୁଃଖୀ ଲୋକଙ୍କ ଉପରେ ତୁ ଜୁଲମ କଲେ ତୋ ଉପରେ ଦୁଃଖୀଙ୍କ ନିଶ୍ୱାସ ପଡ଼ିଯିବ)

୨. ଶେଷ ଭରସା —୨. Last hope.

[ଯଥା—ଆମ ପୋଷଣାହାରୀଙ୍କ ପ୍ରଭୁ ଏ ରୋଗରୁ ବଞ୍ଚାଇବାରୁ ଉପରେ ଦୁଃଖୀଙ୍କ ନିଶ୍ୱାସ ରହିଗଲା]

୩. ଆଶ୍ରୟ; ଶେଷ ଆଶ୍ରୟ ସ୍ଥଳ —୩. Last refuge.

[ଯଥା—ସାଆନ୍ତରାଙ୍କ ପୁରୁଣା ଘରଟି ଭାଙ୍ଗୀ ଯିବାରୁ ଶହ ଶହ ଭୋକିଶୋଷିଙ୍କ ନିଶ୍ୱାସ ବୁଡ଼ିଗଲା]

୪. ବିପନ୍ନର ଶେଷ ଆଶ୍ରୟ ଦାତା — ୪. Ultimate shelter of the needy.

(ଯଥା—ଅମୁକ ବ୍ୟକ୍ତି ଆମର ଏ ଅଞ୍ଚଳ ଏକମାତ୍ର ନିଶ୍ୱାସ)

[ଦ୍ରଷ୍ଟବ୍ୟ —'ନିଶ୍ୱାସ' ଓ 'ପ୍ରଶ୍ୱାସ'ର ଅର୍ଥ ସମ୍ୱନ୍ଧରେ ପଣ୍ଡିତମାନଙ୍କ ମଧ୍ୟରେ ମତ ଭେଦ ଦେଖାଯାଏ

ଯଥା—ନିଶ୍ୱାସ=ବାହାରକୁ ଛାଡ଼ିବା ଶ୍ୱାସ; ପ୍ରଶ୍ୱାସ=ଭିତରକୁ ନେବା ଶ୍ୱାସ ମହାମହୋପାଧ୍ୟାୟ ଗଣନାଥ ସରସ୍ୱତୀ ଓ କଲିକତାର କେତେକ ବିଶିଷ୍ଟ ପଣ୍ଡିତ ୧୯୧୧: ମସିହାରେ ଏହି ମତ ଦେଇଥିଲେ ତିନି ଚାରି ବର୍ଷ ତଳେ ଉତ୍କଳ ସାହିତ୍ୟରେ 'ନିଶ୍ୱାସ—ପ୍ରଶ୍ୱାସ' ନାମକ ପ୍ରବନ୍ଧରେ—ନିଶ୍ୱାସ=ଶ୍ୱାସ ନେବା; ପ୍ରଶ୍ୱାସ=ଶ୍ୱାସ ଛାଡ଼ିବା; ଏହି କଥା ଆଲୋଚନାରେ ସିଦ୍ଧ ହୋଇଥିଲା ହିନ୍ଦୀ ଶବ୍ଦସାଗରରେ ନାକ ବା ମୁହଁ ବାଟେ ବାହାରକୁ ଛଡ଼ା ଯିବା ଶ୍ୱାସକୁ ନିଶ୍ୱାସ ବୋଲାଯାଇଅଛି]