Jump to content

ନିଷାଦ

ଉଇକିଅଭିଧାନ‌ରୁ

ନିଷାଦ

ଉଚ୍ଚାରଣ

[ସମ୍ପାଦନା]
(ନିଷାଦୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ. (ନି+ସଦ୍ ଧାତୁ = ଅବସ୍ଥାନ କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ବେଣ ରାଜାଙ୍କ ଶରୀରରୁ ଜାତ ନୀଚ ଜାତି ବିଶେଷ —୧. A low caste said to have sprung from the body of king Beṇa.

[ଦ୍ରଷ୍ଟବ୍ୟ —ଭାଗବତ ଚତୁର୍ଥସ୍କନ୍ଧ ଚତୁର୍ଦଶ ଅଯ୍ୟାୟନରେ ନିଷାଦମାନଙ୍କ ପୂର୍ବ କାହାଣୀ ବର୍ଣ୍ଣିତ ହୋଇଅଛି ବେଣ ନାମକ ଜଣେ ଅତି ଦୁଷ୍ଟ ରାଜା ବ୍ରାହ୍ମଣମାନଙ୍କ ଅଭିଶାପରେ ମୃତ ହେଲା ପରେ ବ୍ରାହ୍ମଣମାନେ ତାଙ୍କ ଶବକୁ ମନ୍ଥନ କରିବାରୁ ତହିଁରୁ ପ୍ରଥମେ ଗୋଟିଏ ଭୟଙ୍କର ପୁରୁଷ ଉତ୍ପନ୍ନ ହେଲା ତାହାଙ୍କ ରୂପ ଓ ଆଚରଣ ଦେଖି ସେ ରାଜା ହେବାର ଅନୁପଯୁକ୍ତ ମନେ କରି ବ୍ରାହ୍ମଣମାନେ କହିଲେ ତୁମ୍ଭେ ବଣକୁ ଯାଇ ସେଠାରେ ବାସ କର ବ୍ରାହ୍ମଣମାନେ ତାଙ୍କୁ କହିଲେ ନିଷାଦୀ—ଏଥିରୁ ତାହାଙ୍କ ନାମ ହେଲା ନିଷାଦ ଓ ଏହାଙ୍କ ବଂଶଧର ମାନେ ନିଷାଦ ନାମରେ ପରିଚିତ ହେଲେ ]

୨. ଭାରତ ପ୍ରାଚୀନ ଅନାର୍ଯ୍ୟ ଜାତିବିଶେଷ — ୨. Name of an aboriginal non-aryan tribe described as fishermen., hunters and robbers.

[ଦ୍ରଷ୍ଟବ୍ୟ —ଏମାନଙ୍କ ବ୍ୟବସାୟ ମାଛ ମାରିବା,ଶିକାର ଓ ଚୋରି କରିବା ଆର୍ଯ୍ୟମାନଙ୍କର ଭାରତ ଆଗମନ ପୂର୍ବେ ଏମାନେ ଭାରତର ଆଦିମ ନିବାସୀ ଥିଲେ ]

୩. ଶୁଦ୍ର ଔରସରେ ବ୍ରାହ୍ମଣୀ ଗର୍ଭଜାତ ଜାତିବିଶେଷ; ଚଣ୍ଡାଳ —୩. A low caste people considered as very degraded.

[ଦ୍ରଷ୍ଟବ୍ୟ — ଏମାନେ ପତିତ; ବୋଲି ବିବେଚିତ]

୪. କିରାତ; ବ୍ୟାଧ; ଶିକାରୀ —୪. A hunter.
୫. ଧୀବର ଜାତିବିଶେଷ —୫. A fisherman caste.
୬. ସପ୍ତସ୍ୱରାନ୍ତର୍ଗତ ଶେଷ ସ୍ୱର—'ନି' — ୬. The seventh note in the musical gamut.
୭. ହସ୍ତୀର ବୃଂହିତ ସ୍ୱର —୭. Sound resembling the braying of an elephant.
୮. ରାମାୟଣ ଓ ମହାଭାରତରେ ଉଲ୍ଲିଖିତ ଦେଶବିଶେଷ — ୮. Name of a country of ancient India.

[ଦ୍ରଷ୍ଟବ୍ୟ —ସଂଭବତଃ ରାମାୟଣୋକ୍ତ ଶୃଙ୍ଗବେରପୁର ଏ ରାଜ୍ୟର ରାଜଧାନୀ ଥିଲା—ହିନ୍ଦୀ - ଶ.]