ନିଷ୍ଠା
ଦେଖଣା
ନିଷ୍ଠା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନି= ନିଶ୍ଚୟ ରୂପେ+ ସ୍ଥା ଧାତୁ= ରହିବା+ ଭାବ. ଅ + ସ୍ତ୍ରୀ. ଆ)
[ସମ୍ପାଦନା]- ୧. ନିଷ୍ପତ୍ତି —୧. Decision.
- ୨. ନାଶ; ଧ୍ୱଂସ —୨. Destruction; annihilation; ruin.
- ୩. ଅନ୍ତ; ଶେଷ; ସମାପ୍ତି —୩. Completion; finish; termination; end.
- ୪. ଯାଚଞ୍ଚା —୪. Begging.
- ୫. ଧର୍ମାଦିରେ ଶ୍ରଦ୍ଧା; ଭକ୍ତି — ୫. Religious devotion.
- ୬. ଦ଼ୃଢ଼ଜ୍ଞାନ — ୬. Firm knowledge; conviction.
- ୭. ଏକାଗ୍ରତା —୭. Constancy; devotedness to a pursuit.
- ୮. ଅଟଳ ବିଶ୍ୱାସ; ପ୍ରତ୍ୟୟ —୮. Firm belief; reliance; faith; confidence.
- ୯. ପୂର୍ଣ୍ଣ ଜ୍ଞାନ —୯. Perfect knowledge.
- ୧. ଧର୍ମ ଜ୍ଞାନ —୧୦. Firm religious belief; stability of faith.
- ୧୧. ଦୃଢ଼ତା —୧୧. Steadiness; firemness.
- ୧୨. ଏକାନ୍ତ ଭକ୍ତି; ଦୃଢ଼ ଭକ୍ତି —୧୨. Devotion.
- ୧୩. ଏକାନ୍ତ ଶ୍ରଦ୍ଧା — ୧୩. Firm attachment or love.
- ୧୪. ନିଶ୍ଚୟ —୧୪. Certainty.
ପ୍ରୀତି ହୋଇ ଯେ ନିଷ୍ଠା ସେ ଫଳ ଭଞ୍ଜ, କେଟିବ୍ରହ୍ମାଣ୍ଡସୁନ୍ଦରୀ
- ୧୫. ନିଶ୍ଚିତ ସ୍ଥିତି —୧୫. Stability.
- ୧୬. ଉତ୍କର୍ଷ —୧୬. Excellence.
- ୧୭. ପ୍ରତିଷ୍ଠା —୧୭. Establishment.
- ୧୮. ବ୍ୟବସ୍ଥା; ଆଇନ୍; ବିଧି; ନିୟମ — ୧୮. Statute; law; rule.
- ୧୯. ବ୍ରତାଦି କ୍ଳେଶ —୧୯. Penance; suffering undergone for a religious vow.
- ୨. ମନୋଯୋଗ —୨. Attention; intentness.
- ୨୧. ନିର୍ବହଣ; ନାଟ୍ୟୋକ୍ତିର ପ୍ରସ୍ତୁତ କଥା ବା ସମାପ୍ତି — ୨୧. The catastrophe of a drama.
- ୨୨. (ବ୍ୟାକରଣ) କ୍ତ (ତ) ଓ କ୍ତବତୁ (ତବତ୍) ପ୍ରତ୍ୟୟ — ୨୨. (Grammar) The sufixes 'kta' and 'ktabatu'.
- ୨୩. ସ୍ଥିତି; ଅବସ୍ଥା; (ହିନ୍ଦୀ - ଶ.) — ୨୩. Condition; state of being.
- ୨୪. ସିଦ୍ଧାବସ୍ଥାର ଅନ୍ତିମ ସ୍ଥିତି; ଜ୍ଞାନର ଯେଉଁ ଚରମ ଅବସ୍ଥାର ଆତ୍ମା ଓ ବ୍ରହ୍ମର ଏକତା ହୁଏ (ହିନ୍ଦୀ - ଶବ୍ଦସାଗର) — ୨୪. The final state attained in spiritual exercise when the soul is immersed in God.
- ୨୫. ନିର୍ବାହ (ହିନ୍ଦୀ - ଶ.) —୨୫. Accomplishment; management; carrying on or out.
ଦେଶଜ - କ୍ରି. ବିଶେଷଣ -(ସଂସ୍କୃତ - ନିଷ୍ଠା= ସମାପ୍ତି; ନିଷ୍ପତ୍ତି)
[ସମ୍ପାଦନା]- ୧. ନିଶ୍ଚିତ— ଭାବରେ —୧. Certainly.
- ୨. ପରିଶେଷରେ —୨. Finally; once for all.
(ଯଥା—ସେ ମତେ ୮ ଦିନ ହେଲା ଦମ୍ଦିଲାସା ଦେଇ ଦେଇ ଆଜି ନିଷ୍ଠା ନାହିଁ କରି ଦେଲା)
- ୩. ପ୍ରକୃତରେ; ଠିକ୍; ଯାଥାର୍ଥରେ — ୩. Surely; rightly; truly.
ଉତ୍ତର କରେ କେ ହୁଏ ନିଷ୍ଠା ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ
ଦେଶଜ - ବିଶେଷଣ -
[ସମ୍ପାଦନା]ଦୃଢ଼; ଅଟଳ —୧. Firm.
- ୨. ନିଶ୍ଚିତ —୨. Certain; final.
(ଯଥା—ମୁଁ ଚାରିଦିନେ ମହା଼ଜନକୁ ଟଙ୍କା ପରିଶୋଧ କରିବି ବୋଲି ନିଷ୍ଠା ଜବାବ୍ ଦେଇଛି
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଧର୍ମ ବିଧିମାନ ପାଳନ କରିବାରେ ଦୃଢ଼ତା — Strict observance of religious ceremonials and forms.