ନିଷ୍ପାବ
ଦେଖଣା
ନିଷ୍ପାବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ନିର୍+ପୂ ଧାତୁ= ଧୂଷ ଉଡ଼ାଇବା, ପବିତ୍ର କରିବା+ ଭାବ ଅ)
[ସମ୍ପାଦନା]- ୧. ଶସ୍ୟାଦି ନିସ୍ତୁଷୀକରଣ, ଶସ୍ୟରୁ ଧୂଷ଼ ପରିଷ୍କାର କରିବା; ପାଛୁଡ଼ିବା — ୧. Winnowing or clearing the chaff from the corn.
- ୨. ରାଜଶିମ୍ୱୀ; ଧଳାଶିମ୍ୱ — ୨. White bean, Phaseolus Radiatus (a sort of pulse).
[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର ଲତା ଓ ଲତାଜାତ ଛୁଇଁ ଏହା ମଧୁରକଷାୟ, ପାଚକ ଅମ୍ଳ, ରୁକ୍ଷ, ଉଷ୍ଣବୀର୍ଯ୍ୟ, ଗୁରୁପାକ, ସାରକ, ବିଦାହୀ, ଶୁକ୍ରନାଶକ, ବାତନାଶକ, ଦୃଷ୍ଟି ହାନିକର, ମୂତ୍ରରୋଧକ, କଫ, ଶୋଥ ଓ ବିଷଦୋଷରେ ଉପକାରକ; ଏହାର ଭଜା ମଞ୍ଜି ଗୁରୁପାକ ଓ ମଳରୋଧକ]
- ୩. (+ କରଣ. ଅ) ସମୀରଣ; ପବନ —୩. Wind.
- ୪. (+ କର୍ମ. ଅ) ଶସ୍ୟର ଧୁଷ ବା ଭୁଷି; କଡ଼ଙ୍ଗର; ଅଗାଡ଼ି —୪. Chaff; husk of corn.
- ୫. ନଡ଼ା —୫. Straw.
- ୬. (+ କରଣ. ଅ) ସ୍ୱର୍ପବାୟୁ; କୁଲାବାଆ; ଶସ୍ୟର ତୁଷ ଉଡ଼ାଇବା ନିମନ୍ତେ କୁଲାଦ୍ୱାରା ବତାସ —୬. Wind produced by the winnowing fan while moved for cleasing grains.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ନିର୍ବିକଳ୍ପ; ନିଶ୍ଚିତ —୧. Positive; certain.
- ୨. ପବ ବା ଗଣ୍ଠିହୀନ — ୨. Without knots or joints.