Jump to content

ନିସତ

ଉଇକିଅଭିଧାନ‌ରୁ

ନିସତ

ଉଚ୍ଚାରଣ

[ସମ୍ପାଦନା]

ନିସତିଆ, ନିସତୁଆ, ନିସତ୍ୟ, ନିସତ୍ୟା,ଅନ୍ୟରୂପ

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -(ସଂସ୍କୃତ - ନିଃସତ୍ୱ)

[ସମ୍ପାଦନା]
୧. ନିର୍ବଳ; ବଳହୀନ — ୧. Powerless.

ଜୂଆ ଯୁଦ୍ଧେ କେବେହେଁ ନୋହିବ ନିସତ କୃଷ୍ଣସିଂହ, ମହାଭାରତ ସଭା

୨. ଅସମର୍ଥ —୨. Unable.
୩. ଆଶ୍ରୟହୀନ —୩. Helpless.
୪. ନିରୂପାୟ; ନାଚାର —୪. Having no other alternative or expedient.

ବିଶ୍ୱେ ଏକ ବୀର ଏ ନିସତ ଗିର ତାଙ୍କର କି ସତ ଭଞ୍ଜ, ବୈଦେହୀଶବିଳାସ

୫. ବିପନ୍ନ —୫. In danger; involved; in trouble.
୬. (ସଂସ୍କୃତ - ନିର୍+ ସତ୍ୟ)—ନିମକହାରମ; ବିଶ୍ୱାସଘାତକ — ୬. False to one's salt; perfidious; faithless.
୭. ମିଥ୍ୟାବାଦୀ —୭. Lying.
୮. ଅସତ୍ୟ; ସତ୍ୟହୀନ — ୮. Untrue; false.
୯. ସତ୍ୟ ପାଳନରେ ପରାଙୁ ଖ; ସତ୍ୟ ଲଙ୍ଘନକାରୀ — ୯. Untrue to one's words; infringing one's promise.
୧. (ସଂସ୍କୃତ - ନିଃସତ୍ୱ) କ୍ଳାନ୍ତ; ଅବସନ୍ନ —୧୦. Tired.

ସେହିକାଳେ ଅର୍ଜୁନ ବୋଇଲେ ହେ ଭ୍ରାତ, ତୁମ୍ଭେ ଯେବେ ଯୁଦ୍ଧରେ ହୋଇଲ ନିସତି କୃଷ୍ଣସିଂହ ମହାଭାରତ ଆଦି

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନିଃସତ୍ୱ)

[ସମ୍ପାଦନା]
୧. ନାଚାର ଅବସ୍ଥା; ନିରୁପାୟ ଅବସ୍ଥା —୧. Helpless condition; a condition in which there is no other alternative.

ନିସତକୁ ଖଣ୍ଡିଆ ଘଇତା ପେଲାପେଲି କରି ଦିନ ନଉଥା ଢଗ

୨. ବଳହୀନ ଅବସ୍ଥା —୨. Powerless condition.
୩. ଅସାମର୍ଥ୍ୟ; ଅକ୍ଷମତା; ଶକ୍ତିରାହିତ୍ୟ — ୩. Want of strength; inability.

କ୍ଷତ୍ରିୟ କୂଳରେ ତ ହୋଇଅଛି ଜାତ ଯୁଦ୍ଧ କରିବାକୁଟି ନାହିଁ ମୋ ନିସତ କୃଷ୍ଣସିଂହ, ମହାଭାରତ ସଭା

୪. (ସଂସ୍କୃତ - ନିର୍+ ସତ୍ୟ) ଅସତ୍ୟ — ୪. Untruth; falsehood.

ଯେବେ ତୁମ୍ଭେ ମାଗିଲ ଜୀବନ ନେବାକୁ ତେବେ ଆମ୍ଭେ ଭାଜିବୁ ନିକି ନିସତକୁ କୃଷ୍ଣସିଂହ, ମହାଭରତ ବନ

୫. ପ୍ରତିଜ୍ଞାପାଳନ ନ କରିବା; ପ୍ରତିଜ୍ଞାଲଙ୍ଘନ — ୫. Breach of promise.

ତୁ ଯେ ପ୍ରିୟେ ସତ୍ୟ କରି ନିସତି ଆଚରି ମଉନ ହୋଇଲୁ କୁଳେ କଳଙ୍କ ବିଚାରି ପ୍ରାଚୀ ପ୍ରତାପ ଶଶିଶେଣା