Jump to content

ନୀରାଜନ

ଉଇକିଅଭିଧାନ‌ରୁ
  • ବନ୍ଦାପନା
  • ଆରାଧନା
  • ଅସ୍ତ୍ରଶସ୍ତ୍ର ପରିଷ୍କାର କରିବା
  • ପ୍ରତିମା ବିସର୍ଜନ
  • ଶାନ୍ତିଜଳ ସେଚନ କର୍ମ
  • ନିରାଜନ<ଅଜନ୍ତା ଓଡ଼ିଆ ଅଭିଧାନ, ପୃଷ୍ଠା ୮୪୮/>ନୀରାଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନୀର=ଶାନ୍ତି ଜଳ+ଅଜନ=କ୍ଷେପଣ; ଯେଉଁ ସମୟରେ ଶାନ୍ତି ଜଳ କ୍ଷେପଣ ହୁଏ)

[ସମ୍ପାଦନା]
୧. ଆରତ୍ରିକ; ଆରତି; ଦେବତାଙ୍କୁ ଓ ନବବିବାହିତ ବରକନ୍ୟାଙ୍କୁ ଦୀପ ଦେଖାଇବା ପୂର୍ବକ ଆରାଧନା; ବନ୍ଦାପନା —୧. The ritual of waving lighted or a newly marrud couple wicks before an idol.

[ଦ୍ରଷ୍ଟବ୍ୟ —ଦୀପମାଳା; ସଜଳ ପଦ୍ମ, ଧୋତ ବସ୍ତ୍ର, ତୁଳସୀ ବା ବିଲ୍ୱଦଳାଦି ଓ ସାଷ୍ଟାଙ୍ଗ ପ୍ରଣାମ ଏହି ପଞ୍ଚ ଉପଚାରଦ୍ୱାରା ଆରାଧନାକୁ ନିରାଜନ ବା ନିରାଜନା ବୋଲା ଯାଏ ]

୨. (ନିର୍=ସମ୍ୟକ୍ରୂପେ+ରାଜ୍ ଧାତୁ=ଦୀପ୍ତି ପାଇବା+ ଭାବ. ଅନ)—ଅସ୍ତ୍ରଶସ୍ତ୍ରାଦି ପରିଷ୍କାରକରଣ — ୨. Cleansing of arms and weapons; polishing of weapons.
୩. ପ୍ରତିମା ବିସର୍ଜନ — ୩. The ceremonial casting off of an image.
୪. ଶାନ୍ତି ଜଳ ସେଚନ କର୍ମ —୪. The ceremony of sprinkling consecrated water for purification.
୫. ଆଶ୍ୱିନ ବା କାର୍ତ୍ତିକ ମାସରେ ରାଜା ଓ ସେନାପତିଙ୍କଦ୍ୱାରା ଯୁଦ୍ଧାସ୍ତ୍ରାଦିର ମନ୍ତ୍ରଦ୍ୱାରା ପବିତ୍ରୀକରଣ — ୫. Lustration or consecrated polishing of arms; a kind of military and religious ceremony perfomed by kings or generals of armies in the month of Āṡwina or Kārttika before they took the field (Apte).

[ଦ୍ରଷ୍ଟବ୍ୟ —ରାଜା ଓ ସେନାପତିମାନେ ପୂର୍ବେ ଯୁଦ୍ଧଯାତ୍ରା କରିବାକୁ ଅନୁକୂଳ କରିବା ପୂର୍ବରୁ ଆଶ୍ୱିନ ବା କାର୍ତ୍ତିକ ମାସରେ ସମସ୍ତ ଅସ୍ତ୍ର— ଶସ୍ତ୍ରାଦିକୁ ପୁରୋହିତଙ୍କଦ୍ୱାରା ଅଭିମନ୍ତ୍ରିତ ଓ ପରିଷ୍କୃତ କରୁଥିଲେ ଏହି ବିଧିକୁ ନିରାଜନ ବୋଲାଯାଉଥିଲା ]