ନୀଳକଣ୍ଠ
ଦେଖଣା
ନୀଳକଣ୍ଠ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନୀଳ=ନୀଳବର୍ଣ୍ଣବିଶିଷ୍ଟ+କଣ୍ଠ)
[ସମ୍ପାଦନା]- ୧. ମହାଦେବ —୧. God Mahādeba.
[ଦ୍ରଷ୍ଟବ୍ୟ —ସମୁଦ୍ର ମନ୍ଥନ ସମୟରେ ମହାଦେବ ସମୁଦ୍ରୋତ୍ଥିତ କାଳକୂଟ ପାନ କରିବାରୁ ବିଷଜ୍ୱାଳାରେ ତାଙ୍କର କଣ୍ଠଦେଶ ନୀଳବର୍ଣ୍ଣ ଧାରଣକଲା ]
- ୨. ମୟୂର —୨. Peacock.
ବିରଳରେ ନୀଳକଣ୍ଠ ନୃତ୍ୟେ ଶ୍ରଦ୍ଧାପର ଭଞ୍ଜ. ବୈଦେହୀଶବିଳାସ
- ୩. ଚନ୍ଦନବିଶେଷ — ୩. A kind of sandal wood.
- ୪. ଦାତ୍ୟୁହ; ଡାହୁକ ପକ୍ଷୀ — ୪. The gallinule (bird); the water hen.
- ୫. ଏକପ୍ରକାର ଗଦ — ୫. A kind of medicinal root.
[ଦ୍ରଷ୍ଟବ୍ୟ —ଏହାର ମୂଳ ନୀଳବର୍ଣ୍ଣ ]
- ୬. ଘରଚଟିଆ ଚଢ଼େଇ —୬. Sparrow.
- ୭. ଭଦଭଦଳିଆ; ଚାଷ ପକ୍ଷୀ — ୭. The blue-necked jay; the Indian roller bird; Coracis Indica.
- ୮. ଖଞ୍ଜନ ପକ୍ଷୀ — ୮. The common wagtail; Motacilla Alba.
- ୯. ଏକପ୍ରକାର ବଗ — ୯. Ardea Sibirica (M.W.)
- ୧. ମୂଳା (ହିନ୍ଦୀ - ଶ) —୧୦. Radish. (M.W.)
- ୧୧. (ନାମ) ମହାଭାରତର ପ୍ରସିଦ୍ଧ ଟୀକାକାର — ୧୧. Name of a commentator of the Mahābhārata.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ନୀଳକଣ୍ଠଯୁକ୍ତ — Having a blue neck.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଦେଶୀ ଆଳୁ —୧. Yam.
- ୨. ଲୋକଙ୍କ ନାମ — ୨. A name given to males.