ନୀଳଗିରି
ଦେଖଣା
ନୀଳଗିରି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନୀଳ+ଗିରି)
[ସମ୍ପାଦନା]- ୧. ଉତ୍କଳର ଦକ୍ଷିଣଦିଗସ୍ଥ ପର୍ବତ ବିଶେଷ; ଦାକ୍ଷିଣାତ୍ୟର ପର୍ବତବିଶେଷ — ୧. A range of hills to the south of Orissa; the Nilgiris.
- ୨. ପୁରାଣାଦିରେ ବର୍ଣ୍ଣିତ ପୁରୀର ଜଗନ୍ନାଥ ଯେଉଁ ଗିରିରେ ବିରାଜିତ —୨. A mythological mountain said to be the seat of Jagannātha of Puri.
- ୩. ଆସାମର କାମାଖ୍ୟା ଦେଶସ୍ଥ ପାହାଡ଼ — ୩. A range of hills in Assam.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଓଡ଼ିଶାର ଗଡ଼ଜାତବିଶେଷ — ୧. Name of a hilly state of Orissa.
[ଦ୍ରଷ୍ଟବ୍ୟ —ଏହା ବାଲେଶ୍ୱରର ପଶ୍ଚିମରେ ଛୋଟନାଗପୁରର ଜଣେ ରାଡପୁତ୍ ବୀର ଉତ୍କଳର ସ୍ୱାଧୀନ ରାଜା ପ୍ରତାପରୁଦ୍ରଦେବଙ୍କ କନ୍ୟାଙ୍କ ପାଣିଗ୍ରହଣ କରି, ରାଜାଙ୍କ ସାହାଯ୍ୟରେ ଉକ୍ତ ରାଜ୍ୟ ସ୍ଥାପନ କରିଥିଲେ କୃପାସିନ୍ଧୁ—ଉତ୍କଳ ଇତିହାସ ]
- ୨. ଖଣ୍ଡଗିରିକୁ ଲାଗିଥିବା ଗୋଟିଏ ଅନୁଚ୍ଚ ପାହାଡ଼ — ୨. Name of a hill adjoining the Khanda giri hill.
[ଦ୍ରଷ୍ଟବ୍ୟ —ଏଥିରେ କୌଣସି ବୌଦ୍ଧକୀର୍ତ୍ତ ନାହିଁ ଏହି ପାହାଡ଼ ଓ ଖଣ୍ଡଗିରି ପାହାଡ଼ର ମଧ୍ୟଦେଇ ଖୋରଧା ସଡ଼କ ଯାଇଅଛି ]