ନେପୋଲିଅନ୍
ନେପୋଲିଅନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ନେପୋଲିଅନ୍ ବୋନାପାର୍ଟ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ନାମ)
[ସମ୍ପାଦନା]ଖ୍ୟାତନାମା ଫ୍ରାନ୍ସ—ସମ୍ରାଟ — The Emperor Nepoleon of France.
[ଦ୍ରଷ୍ଟବ୍ୟ —ଏ ଖ୍ରୀ:୧୭୬୯:ରେ କର୍ସିକା ଦ୍ୱିପରେ ଜନ୍ମଗ୍ରହଣ କରି ୧ ବର୍ଷ ବୟସରେ ସୈନିକ ବିଦ୍ୟାଳୟରେ ପ୍ରବିଷ୍ଟ ହୋଇ ୧୫: ବର୍ଷ ଶିକ୍ଷା ଲାଭକରି ଫ୍ରାନ୍ସର ସେନାଭୁକ୍ତ ହୋଇ ପରେ ସେନାପତି ହେଲେ ୧୭୯୬: ଖ୍ରୀଷ୍ଟାବ୍ଦରେ ପାରିସ୍ନଗରୀର ବିଦିରୋହ ଦମନ କରି ଏ ବିଖ୍ୟାତ ହେଲେ ଓ ଫରାସୀ ସେନାପତିରୂପେ ଇଟାଲୀକୁ ଜୟ କଲେ ଖ୍ରୀ:୧୭୯୮:ରେ ଏ ନିଶର ଦେଶ ଜୟ କଲେ ଖ୍ରୀ:୧୭୯୯:ରେ ଏ ଫ୍ରାନ୍ସରେ 'କନ୍ସଲ' ଉପାଧି ଗ୍ରହଣ କରି ରାଜକାର୍ଯ୍ୟ ପରିଚାଳନର ଭାର ନେଲେ ୧୮୪: ଖ୍ରାଷ୍ଟାବ୍ଦରେ ଏ ନିଜକୁ ଫ୍ରାନ୍ସର ସମ୍ରାଟ ଘୋଷଣା କଲେ ଓ ଇଉରୋପର ରାଜାମାନଙ୍କୁ କ୍ରମଶଃ ପରାସ୍ତ କଲେ ଖ୍ରା:୧୮୧୨:ରେ ଏ ରୁଷିଆ ଆକ୍ରମଣ କରି ଅକୃତକାର୍ଯ୍ୟ ହେଲେ ଖ୍ରା:୧୮୧୪:ରେ ଇଉରୋପର ରାଜଗଣ ଏହାଙ୍କ ବିରୋଧରେ ସମ୍ମିଳିତ ହେଲେ ଓ ଏହାଙ୍କୁ ପରାସ୍ତ କରି ଏଲ୍ୱା ଦ୍ୱୀପକୁ ପଠାଇଲେ ଏ ସେଠାରୁ ପଳାଇ ଆସିଲେ ବିଖ୍ୟାତ ଓଟର୍ଲୁ ଯୁଦ୍ଧକ୍ଷେତ୍ରରେ ଇଂରାଜ ସେନା— ନାୟକ ଓେଲିଙ୍ଗ୍ଟନଙ୍କଦ୍ୱାରା ୧୮୫୧: ଖ୍ରାଷ୍ଟାବ୍ଦରେ ନେପୋଲିଅନ୍ ପରାସ୍ତ ହୋଇ ଇଂରାଜମାନଙ୍କଠାରେ ଆତ୍ମସମର୍ପଣ କଲେ ଓ ଇଂରାଜମାନଙ୍କଦ୍ୱାରା ସେଣ୍ଟ୍ହେଲେନା ଦ୍ୱୀପକୁ ନିର୍ବାସିତ ହୋଇ ସେଠାରେ ବନ୍ଦୀ ଅବସ୍ଥାରେ ୧୮୨୧: ଖ୍ରାଷ୍ଟାବ୍ଦରେ ଇହଲୀଳା ସଙ୍ଗ କଲେ ]