Jump to content

ନୋବେଲ୍ ପୁରସ୍କାର

ଉଇକିଅଭିଧାନ‌ରୁ

ନୋବେଲ୍ ପୁରସ୍କାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନୋବେଲ ପ୍ରାଇଜ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ସ୍ୱିଡେନ୍ଦେଶୀୟ ନାମ ନୋବେଲ୍+ ସଂସ୍କୃତ - ପୁରସ୍କାର)

[ସମ୍ପାଦନା]

ସ୍ୱିଡେନ୍ ରାଜ୍ୟରେ ପ୍ରତିଷ୍ଠିତ ୫ଟି ବାର୍ଷିକ ପୁରସ୍କାର — Nobel prize; five annual prizes given in Sweden.


[ଦ୍ରଷ୍ଟବ୍ୟ —ଏହି ପୁରସ୍କାର ସ୍ୱର୍ଗୀୟ ଡ଼ାକ୍ତର ଆଲଫ୍ରେଡ୍ ବିଶେଷ୍ୟ - ନୋବେଲ୍ (ମୃତ ଖ୍ରୀ ୧୮୯୬: )ଙ୍କଦ୍ୱାରା ପ୍ରତିଷ୍ଠିଥ ସେ ସ୍ୱିଡେନ ରାଜ୍ୟର ସରକାଙ୍କ ହସ୍ତରେ ଗୁଡ଼ିଏ ଧନ ସମର୍ପଣ କରି ଯାଇଅଛିନ୍ତି ଓ ଉଇଲଦ୍ୱାରା ସେଥିର ସୁଧରୁ ପ୍ରତିବର୍ଷ ୫ଟି ବୃତ୍ତି ଦିଆଯିବାର ଖଞ୍ଜା କରିଅଛନ୍ତି ପ୍ରତ୍ୟେକ ବୃତ୍ତିର ପରିମାଣ ୮ ହଜାର ପାଉଣ୍ଡ୍ ବା ପ୍ରାୟ ଏକଲକ୍ଷ ଟଙ୍କା ତାଙ୍କ ନିଯୁକ୍ତ କମିଟି ନିମ୍ନଲିଖିତ ୫ଟି ବିଷୟରେ ଯାହାଙ୍କ ପୃଥିବୀରେ ସର୍ବୋତ୍କୃଷ୍ଟ ବ୍ୟକ୍ତି ବୋଲି ସ୍ଥିର କରିବେ ସେମାନଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ଦେବେ ବୋଲି ସେ କଟକଣା କରି ଯାଇ ଅଛିନ୍ତି ଓ ତଦନୁସାରେ ଏ ପୁରସ୍କାର ପ୍ରତିବର୍ଷ ଦିଆଯାଉଅଛି

୧. ବୈଜ୍ଞାନିକ ଆବିଷ୍କାର, ୨, ରାସାନିୟକ ଆବିଷ୍କାର, ୩ ଜୀବ ବିଜ୍ଞାନ ସମ୍ୱନ୍ଧୀୟ ଆବିଷ୍କାର, ୪ ଆଦର୍ଶ ସାହିତ୍ୟକ ଗ୍ରନ୍ଥର ରଚନା, ୫ ପୃଥିବୀରେ ଶାନ୍ତି ପ୍ରତିଷ୍ଠିତ ହେବା ପାଇଁ ସର୍ବୋତ୍କୃଷ୍ଟ ଉଦ୍ୟମ ଭାରତବାସୀଙ୍କ ମଧ୍ୟରେ କବିବର ରବୀନ୍ଦ୍ରନାଥ ଓ ବୈଜ୍ଞାନିକ ସର୍ ରମଣ ଏ ପୁରସ୍କାର ପାଇଅଛନ୍ତି]