ପକେଇବା

ଉଇକିଅଭିଧାନ‌ରୁ

ପକେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.— (ସଂସ୍କୃତ - ପ୍ରକ୍ଷେପ; ତୁଳ.ପାଲି. ପକଖଅ; ପଡ଼ିବାର ଣିଜନ୍ତରୂପ)[ସମ୍ପାଦନା]

୧. ସ୍ଥାପନ କରିବା — ୧. To place; to put.
୨. ପିନ୍ଧିବା —୨. To put on; to wear.
୩. ଫୋପାଡ଼ିବା; ଫିଙ୍ଗିବା; ନିକ୍ଷେପ କରିବା — ୩. To throw away.

ସେ ପଦ ହସ୍ତୁଁ ପକାଇଲି ଦେଖ ଅଭାଗ୍ୟ କର୍ମ କଲି ଜଗନ୍ନାଥ ଭାଗବତ

୪. ଭୂମିସାତ୍ କରିବା —୪. To fell; to throw down on the ground.

(ଯଥା—ଦୁଇଜଣ ଧୋବା ଗଛଟାକୁ ପକାଇଲେ)

୫. ଖାଇବା —୫. To eat; to take.

(ଯଥା—ସେ ଆଜି ଅଫିମ ଟେଳାଏ ପକାଇଛି)

୬. କୌଣସି ପ୍ରସଙ୍ଗ ଉପସ୍ଥାପିତ କରିବା; ଉତ୍ଥାପନ କରିବା — ୬. To put up or introduce a subject; to broach a matter.

ତେବାର୍ଚ୍ଚନକୁ ଘେନି ଗଲେ ପଣ୍ଡିତ ଜନେ ପକାଇଲେ ଭୂପତି, ପ୍ରେମପଞ୍ଚାମୃତ

୭. (ଫଙ୍ଖାଆଦି) ଶଞ୍ଚାଳନ କରିବା —୭. To wave; to move.

ଚାମର ପକାଇ ମାନସ କଲା ପୂର୍ଣ୍ଣ କୃଷ୍ଣସିଂହ ମହାଭାରତ ବନ

୮. ପୋତିବା; ରୋପିବା —୮. To plant.

(ଯଥା—ସେ ବଗିଚାରେ ବହୁତ କଦଳୀ ପୁଆ ପକାଇଛି)

୯. (ଶତରଞ୍ଜଆଦି) ଭୂମିରେ ବିଛାଇବା; ପାରିବା — ୯. To spread on the ground.

ଯେଝା ସୁଖେ କମ୍ୱଳ ପକାଇ ଶୋଇଲେ କୃଷ୍ଣସିଂହ. ମହାଭାରତ. ବନ

୧. (ଅନ୍ୟ କ୍ରିୟାର ଅସମାପିକାରୂପ ସଙ୍ଗେ ଲାଗେ; ଯଥା:—କରି ପକାଇବା, କୁଣ୍ଢାଇ ପକାଇବା)—ଶୀଘ୍ର କୌଣସି କ୍ରିୟା କରିବା —୧୦. To do an act without delay.

ଦୁହିତା ତୁଲେ ମାତା କୁଣ୍ଢିଆଆଈ ତାଙ୍କୁ ପକାଇଲ ନୟନ ବରଜି ବନକୁ କୃଷ୍ଣସିଂହ ମହାଭାରତ. ବନ

୧୧. ବୁଜିବା —୧୧. To close; to shut.

ଜନକ ବୋଇଲେ କେ ଶୋଇଲେ ନାମେଷ ନ ପକାଏ, ଏହା ଜାଣକି ଚାଷି—ଈଶ କୃଷ୍ଣସିଂହ. ମହାଭାରତ. ବନ

୧୨. (ଧୋବାକୁ ଲୁଗାଆଦି)ଦେବା —୧୨.

(ଯଥା—ସେ ଆଜି ଧୋବାଘର ଲୁଗା ପକାଇଛି)

୧୩. ଖଡ଼ରେ ଲେଖି ଗଣନା କରିବା — ୧୩. To calculate by writing.

(ଯଥା—ହରିନାହାକ କାଲି ଖଡ଼ି ପକାଇବା)

୧୪. ତ୍ୟାଗ କରିବା —୧୪. To part with.

(ଯଥା— ସେ ତୀର୍ଥରେ ନଖବାଳ ପକାଇବା)

୧୫. ବିସ୍ତୃତ କରିବା —୧୫. To caste; to spread; to lay

(ଯଥା— କେଉଟ ନଈରେ ଜାଲ ପକାଇବ)

୧୬. ଆଘାତ କରିବା —୧୬. To strike.

(ଯଥା—କାହିଁକି ପିଲାଟାକୁ ବାଡ଼ିଏ ପକାଇଲୁ)

୧୭. ଜନ୍ମ କରିବା; ଉତ୍ଥାଦନ କରିବା — ୧୭. To give birth to; to bring forth.

(ଯଥା—ଗାଈଟି ଏଥର ମାଈ ବାଛୁରୀଟିଏ ପକେଇଛି; ଏ ବର୍ଷ ନାଲି କଦଳୀ ଗଛ କାନ୍ଧୀଏ କଦଳୀ ପକାଇଛି)

୧୮. ମଳ ନିଃସାରଣ କରିବା — ୧୮. To duischarge faecos or ordure.

(ଯଥା—ପିଲାଟି ପାଣିଆ ପକାଉଛି)

୧୯. ନିଯୁକ୍ତ କରିବା; ଲଗାଇବା —୧୯. To evgage; to employ.

(ଯଥା—ଦଶ ଜଣ ଲୋକ ପକାଇଲେ ଏକାଦିନକେ ଏ କିଆରୀଟି ଧାନ କଟା ସରିଯିବ)

୨. ଯୋଗ କରିବା —୨୦. To join; to add to.

(ଯଥା— ତମ୍ୱାରେ ଦସ୍ତା ପକାଇ ଆଉଟିଲେ ପିତ୍ତଳ ହୁଏ.),

୨୧. ସ୍ଥାପନ କରିବା —୨୧. To place; to put.

(ଯଥା— ସେ ବଳଦ ଉପରେ ପଲାଣ ପକାଇଲା; ସେ ତା ପିଠିରେ ହାତ ପକାଇ ଚାଲିଲା)

୨୨. ଦୁଃଖ ଆଦି ଭୋଗ କରାଇବା —୨୨. To cause to suffer or undergo.

(ଯଥା—ମତେ ତୁମେ ଆଣି ଏ ଦଣ୍ଡରେ ପକାଇଲ)

୨୩. ଉଦ୍ଦେଶ୍ୟରେ ବା ଦିଗରେ ପ୍ରେରଣ କରିବା —୨୩. To direct towards.

(ଯଥା—ସେ ମୋ ଉପରେ ବିଜୁଳୀ ବତୀ ପକେଇଲା)