Jump to content

ପଙ୍କ୍ତିପାବନ

ଉଇକିଅଭିଧାନ‌ରୁ

ପଙ୍କ୍ତିପାବନ

ଉଚ୍ଚାରଣ

[ସମ୍ପାଦନା]

(ପଂକ୍ତିଶୋଧନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ପୁଂ. (ବହୁବ୍ରୀହି; ପଂକ୍ତି+ପାବନ)

[ସମ୍ପାଦନା]

ସର୍ବବେଦଜ୍ଞ ବ୍ରାହ୍ମଣ; ଯେଉଁ ବ୍ୟକ୍ତି ପଂକ୍ତିରେ ଭୋଜନ କଲେ ତାଙ୍କ ସଙ୍ଗେ ବସିବା ବ୍ୟକ୍ତିମାନେ ପବିତ୍ର ହୁଅନ୍ତି; ଯେଉଁ ବ୍ରାହ୍ମଣ ସମଗ୍ର ବେଦବେଦାଙ୍ଗରେ ବ୍ୟୁତ୍ପନ୍ନ ଓ ଯାହାଙ୍କର ୧ ପୁରୁଷ ମଧ୍ୟରେ ବେଦାଧ୍ୟୟନ ଅବିଚ୍ଛିନ୍ନଭାବରେ ଚଳି ଆସୁଅଛି —A Brāhmaṇa versed in all the Bedas and in whose family the study of the Bedas has become an ancestral pursuit.

[ଦ୍ରଷ୍ଟବ୍ୟ —ଚାରିବେଦରେ ଅଗ୍ରଗାମୀ, ସମୁଦାୟ ବେଦାର୍ଥବେତ୍ତା, ବ୍ରହ୍ମଚାରୀ, ବହୁପ୍ରଦ ଓ ଷଟ୍ଶତବର୍ଷବୟସ୍କ ବେଦାଙ୍ଗରେ ବ୍ୟୁତ୍ପନ୍ନ, ବଂଶପରମ୍ପରାକ୍ରମେ ବେଦାଧ୍ୟୟନଶୀଳ, ଶ୍ରୋତ୍ରିୟ, ପଞ୍ଚାନ୍ନକାରୀ, ବ୍ରାହ୍ମବିବାହଜାତ ସନ୍ତାନ ଓ ସାମବେଦ ଆରଣ୍ୟକ ବ୍ରାହ୍ମଣ, କଠୋପନିଷଦ୍ କଥିତ ତ୍ରିଣାଚିକେତ ବ୍ରତଧାରୀ ବ୍ରାହ୍ମଣଙ୍କୁ ପଂକ୍ତିପାବନ ବୋଲାଯାଏ ଏ ବ୍ରାହ୍ମଣମାନେ ଯେଉଁ ପଂକ୍ତିରେ ବସି ଭୋଜନ କରନ୍ତି, ତାହା ପବିତ୍ର ହୁଏ ମନୁ ୩/୧୮୪: —୧୮୭: ]