ପଚିଶ ସବ୍ୱାଲ୍
ପଚିଶ ସବ୍ୱାଲ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ - (ଓ. ପଚିଶ ଓ ଫାରାସୀ - ସବାଲ୍=ପ୍ରଶ୍ନ)
[ସମ୍ପାଦନା]ଗଡ଼ଜାତ ମାହାଲର ସୁପରିଣ୍ଟେଣ୍ଡେଣ୍ଟ ବା କମିଶନର ସାହେବ ଓଡ଼ିଶାର ଗଡ଼ଜାତ ରାଜ୍ୟମାନଙ୍କର ଉତ୍ତରାଧି— କାରିତ୍ୱ ବିଷୟକ ପ୍ରଚଳିତ ପ୍ରଥା ସମ୍ୱନ୍ଧରେ ୧୮୧୪: ସାଲରେ ତଦାନୀନ୍ତନ ୧୬: ଗୋଟି ଗଡ଼ଜାତର ରାଜାଙ୍କୁ ପଚାରିଥିବା ୨୫:ଟି ପ୍ରଶ୍ନ ଓ ରାଜାମାନେ ଦେଇଥିବା ଉକ୍ତ ପ୍ରଶ୍ନମାନଙ୍କର ଉତ୍ତର —The answers to ୨୫ questions put by the Superintendent of the Orissa Tributary Māhāls to the Rājās in ୧୮୧୪ and the replies thereto regarding succession and customs which are taken as authority in questions of succession in the States of Orissa.
[ଦ୍ରଷ୍ଟବ୍ୟ —ଏ ପ୍ରଶ୍ନ ଓ ଉତ୍ତରମାନ ଲପିବଦ୍ଧ ହୋଇ ଖଣ୍ଡିଏ ପୁସ୍ତକ ସଂକଳିତ ହୋଇଅଛି ଗଡ଼ଜାତର ରାଜଗାଦିର ଉତ୍ତରାଧିକାରିତ୍ୱ ବା ରାଜବଂଶ ପ୍ରଚଳିତ ପ୍ରଥା ସମ୍ୱନ୍ଧେ କୌଣସି ପ୍ରଶ୍ନ ଉଠିଲେ ତାହା ଏହି 'ପଚିଶ ସବାଲ' ଅନୁସାରେ ମୀମାଂସା କରାଯାଏ ଏବଂ କଲିକତା ହାଇକୋଟ ମଧ୍ୟ ଉକ୍ତ ପୁସ୍ତକକୁ ଗଡ଼ଜାତ ପ୍ରଚଳିତ ପ୍ରଥା ସମ୍ୱନ୍ଧେ ନଜିର୍ ବୋଲି ଗ୍ରହଣ କରି ଅଛନ୍ତି ଭିନ୍ନ ଭିନ୍ନ ରାଜାଙ୍କର ମଧ୍ୟ କେତେକ ପ୍ରଥା ଭିନ୍ନ ଭିନ୍ନ ଉଦାହରଣ ସ୍ୱରୂପ ଗୋଟିଏ ପ୍ରଥା ଏହି କି କୌଣସି ମୃତ ରାଜାଙ୍କର ବିବାହିତା ରାଣୀଙ୍କ ଗର୍ଭଜାତ ପୁତ୍ର ନ ଥିଲେ ତାଙ୍କ ସହୋଦର ରାଜଗାଦି ପାଇବେ; ସହୋଦର ନଥିଲେ ସହୋଦରଙ୍କ ପୁତ୍ର ପୌତ୍ର, ସେମାନେ ନ ଥିଲେ ଫୁଲବାଈ (ଗାନ୍ଧର୍ବ ମତରେ ବିବାହିତ ସ୍ତ୍ରୀ)ର ପୁତ୍ର ପାଇବେ ଗଡ଼ଜାତ ରାଜାଙ୍କର ପୋଇଲି ପୁଅ ବା ଦାସୀପୁତ୍ର ରାଜା ହୋଇ ପାରିବ ନାହିଁ; କିନ୍ତୁ ଖୋଗଧା ଛଡ଼ା ଅନ୍ୟ କିଲ୍ଲାଜାତ ବା ମୋଗଲବନ୍ଦି ମାହାଲରେ ଦାସୀ ପୁତ୍ର ରାଜା ହୋଇ ପାରିବେ]