ପଚେଇବା
ଦେଖଣା
ପଚେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଚେଇବା
|
ଦେଶଜ - କ୍ରି. (ସଂସ୍କୃତ - ପଚ୍ ଧାତୁ ଣିଜନ୍ତ)
[ସମ୍ପାଦନା]- ୧. (ପାଚିବାର ଣିଜନ୍ତ) ପକ୍ୱ କରାଇବା — ୧. To cause to ripen.
- ୨. (ଲକ୍ଷଣାର୍ଥ) ଫଳରେ ପରିଣତ କରାଇବା — ୨. (fig) To cause to be effected.
ମୋ ସ୍ୱକୃତ ଫଳ ପଚାଇ—କବିସୂର୍ଯ୍ୟ ସଙ୍ଗୀତ
- ୩. (ପରିବାର ଣିଜନ୍ତ) ସଢ଼ାଇବା —୩. To cause to rot; to promote putrefaction.
- ୪. ('ପାଚିବା'ର ଣିଜନ୍ତ)—ରଞ୍ଜିତ କରିବା — ୪. To dye.
ଲାକ୍ଷାତିଞ୍ଚା ରସେ ପଚାଇଛି ଦନ୍ତରାଜି ଭଞ୍ଜ ଲାବଣ୍ୟବତୀ
- ୫. ଲୁହାକୁ ନିଆଁରେ ନାଲି କରିବା — ୫. To redden a piece of iron by fire.
- ୬. କଉଡ଼ି ଓ ପଶାଖେଳରେ ଖେଳାଳିର ଦାନ ପକାଇବାଦ୍ୱାରା ଆପଣାର ସାର ପାଚିବାର ଉପାୟ କରିବା — ୬. To cause one's bits to pass the ring in a game of dice or cowries.
ହେମ ପଶାସାର ପଲ୍ଲବ ପାଲିରେ ପଚାଇବା ରୀତି ଶିଖାଇଲୁ କବିସୂର୍ଯ୍ୟ ସଙ୍ଗୀତ
- ୭. ଶରୀରକୁ ଦରଜ କରାଇବା — ୭. To cause the body to be painful.
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
[ସମ୍ପାଦନା]ଗୋଡ଼ ହାତଆଦି ଘଷିବା — To massage.
ଗରିଆ ଉପରେ ଗୋଡ଼ଟା ରଖା ପଚାଇ ପଚାଇ ହଳଦି ମଖା ଢ଼ଗ