ପଞ୍ଚ
ଦେଖଣା
ପଞ୍ଚ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପନଚ୍ ଧାତୁ+ଅନ; ପଞ୍ଚନ୍ ଶବ୍ଦ ୧ମା.୧ବ)
[ସମ୍ପାଦନା]ଚାରିରୁ ଏକ ଅଧିକ ସଂଖ୍ୟା; ପାଞ୍ଚ ସଂଖ୍ୟା — Five; ୫.
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପଞ୍ଚସଂଖ୍ୟକ —Numbering five.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପଞ୍ଚାୟତ —୧. Panchayet; a board of arbitrators.
[ଦ୍ରଷ୍ଟବ୍ୟ ୍—ଏ ଶବ୍ଦ ପାଞ୍ଚ ସଂଖ୍ୟାରୁ ଉତ୍ପନନ ହୋଇଥିଲେ ମଧ୍ୟ ଏଥିରେ ପାଞ୍ଚରୁ ଅଧିକ ବାକମ୍ ମେମ୍ୱର ରହନ୍ତି]
- ୨. ଚଉକିଦାରି ପଞ୍ଚାୟତ —୨. The body of members of a chawkidari union.
- ୩. ଗ୍ରାମ୍ୟ ସହଯୋଗ ସମିତିର ପଞ୍ଚାୟତ —୩. The body of members of village co-operative society.
- ୪. ସାଲସ, କୌଣସି ମକଦ୍ଦମାକୁ ଅପୋସିରେ ନିଷ୍ପତ୍ତି କରିବାପାଇଁ ଉଭୟ ପକ୍ଷ ରାଜି ହୋଇ ଯାହାଙ୍କୁ ଭଲଲୋକ ମାନି ଥାଆନ୍ତି — ୪. Arbitrators.
- ୫. ଏକ ସ୍ଥାନରେ ଏକ ଉଦ୍ଦେଶ୍ୟରେ ବସିଥିବା ୫ଜଣ ବ୍ୟକ୍ତି — ୫. Five persons sitting together to discuss aparticular subject.
ପଞ୍ଚମୂଳେ ପରମେଶ୍ୱର ଢ଼ଗ
- ୬. ଏକାଧିକ ବ୍ୟକ୍ତି —୬. many persons.
- ୭. ସାମାଜିକ ଅପରାଧ ବିଚାରାର୍ଥ ମନୋନୀତ ଜାତିଭାଇଙ୍କ ମଧ୍ୟରୁ କେତେଜଣ —୭. A board of members of a society who judge about social offence.
ଜାତି ମଧ୍ୟରେ କେହି ଭଲମନ୍ଦ କଲେ ପଞ୍ଚମାନେ ତାହାକୁ ଜରିମାନା କରନ୍ତି ଫକୀରମୋହନ. ଛମାମଆଠଗୁଣ୍ଠ
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଚାରିଗୋଟି ଗ୍ରାମର ଗ୍ରାମବାସୀଙ୍କଦ୍ୱାରା ମନୋନୀତ ପଞ୍ଚାୟତ —A board of members elected by the villagers of four different villages.
[ଦ୍ରଷ୍ଟବ୍ୟ —ଏଥିରେ ଗଉନ୍ତିଆଙ୍କର ମେମ୍ୱର ହୋଇ ରହିବା ଆବଶ୍ୟକ ବୋଲି ବିବେଚିତ ହୁଏ]