Jump to content

ପଞ୍ଚଜନ

ଉଇକିଅଭିଧାନ‌ରୁ

ପଞ୍ଚଜନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପଞ୍ଚ=ପଞ୍ଚଭୂତ+ଜନ୍ ଧାତୁକ=ଜନ୍ମିବା+କର୍ତ୍ତୃ. ଅ; ଯେ ପଞ୍ଚଭୂତରୁ ଜନ୍ମିଅଛି)

[ସମ୍ପାଦନା]

ପଞ୍ଚ ମହାଭୂତରୁ ଜାତି — Born of the ୫ elements.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପ୍ରାଣୀ —୧. Animal.

[ଦ୍ରଷ୍ଟବ୍ୟ —ଏମାନେ ୫ ଶ୍ରେଣୀରେ ବିଭକ୍ତ ଯଥା—ଜରାୟୁଜ, ଅଣ୍ଡଜ, ସ୍ୱେଦଜ, ଉଷ୍ମଜ ଓ ଉଦ୍ଭିଜ୍ଜ ]

୨. ମନୁଷ୍ୟ —୨. Man.
୩. ଦୈତ୍ୟବିଶେଷ —୩. Name of a demon killed by Sree Kriushna.

[ଦ୍ରଷ୍ଟବ୍ୟ —ଏ ହିରଣ୍ୟକଶିପୁର ପୌତ୍ର; ଶଙ୍ଖରୂପେ ସମୁଦ୍ରରେ ବାସ କରୁଥିଲେ ଓ ଶ୍ରୀକୃଷ୍ଣଙ୍କ ଗୁରୁ ସଂଦୀପନାଚାର୍ଯ୍ୟଙ୍କ ପୁତ୍ରକୁ ଚୋରି କରି ନେଇ ଯାଇଥିଲା ଶ୍ରୀକୃଷ୍ଣ ଏହାକୁ ବଧ କରି ଗୁରୁପୁତ୍ରଙ୍କୁ ଉଦ୍ଧାର କଲେ ଏହାର ଅସ୍ଥିକୁ ପାଞ୍ଚଜନ୍ୟ ଶଙ୍ଖ କରି ସ୍ୱୟଂ ବାଜାଉଥିଲେ ]

୪. ମନୁଷ୍ୟ —୪. Mankind (M.W.)
୫. ଆତ୍ମା —୫. The soul (M.W.)
୬. ପାଞ୍ଚ ପ୍ରକାର ମହାପ୍ରାଣୀ — ୬. The five classes of sentient beings.

(ଯଥା—ଦେବ, ଗନ୍ଧର୍ବ, ମନୁଷ୍ୟ, ନାଗ (ମତାନ୍ତରେ ଅସୁର) ଓ ପିତୃଗଣ)

୭. ପ୍ରାଚୀନ ଆର୍ଯ୍ୟମାନଙ୍କ ଗଣାନାକ୍ରାମେ ୫ ଜାତି —୭. The ୫ castes according to the calculation of the ancient Aryans.

(ଯଥା—ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ , ଶୂଦ୍ର ଓ ନିଷାଦ ବା ଅନାର୍ଯ୍ୟ)

୮. ରାଜା ସଗରଙ୍କର କେଶିନୀଙ୍କ ଗର୍ଭଜାତ ଏକ ପୁତ୍ର — ୮. The name of a son of King Sagara.
୯. ପଞ୍ଚ ମହାଭୂତ —୯. The five elements (M.W.)
୧. ଏକ ପ୍ରଜାପତିଙ୍କ ନାମ (ହିନ୍ଦୀ - ଶ.) — ୧୦. Name of a progenitor of mankind.