ପଞ୍ଚମୀ
ଦେଖଣା
ପଞ୍ଚମୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପ଼ଞ୍ଚମ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଚାନ୍ଦ୍ରମାନ ଚତୁର୍ଥୀର ପର ତିଥି —୧. The ୫th day of the lunar fortnight.
[ଦ୍ରଷ୍ଟବ୍ୟ —ନିମ୍ନଲିଖିତ ପଞ୍ଚମୀମାନଙ୍କର ବ୍ରତ ଓ ଉପବାସାଦି କରା ଯାଏ ଜ୍ୟେଷ୍ଠ ଶୁକ୍ଳପଞ୍ଚମୀ—ମହାଦେବଙ୍କ ବିବାହ ଶ୍ରାବଣ କୃଷ୍ଣ ପଞ୍ଚମୀ—ନାଗ ପଞ୍ଚମୀ ବା ମନସା ପଞ୍ଚମୀ—ନାଗପୂଜା ଶ୍ରାବଣ ଶୁକ୍ଳ ପଞ୍ଚମୀ—ଜାଗ୍ରଦ୍ଗୌରୀ ପଞ୍ଚମୀ; ଗ୍ରାମଦେବତୀ ପୂଜା ଭାଦ୍ର କୃଷ୍ଣ ପଞ୍ଚମୀ —ରକ୍ଷା ପଞ୍ଚମୀ ବା ରେଖା ପଞ୍ଚମୀ; କବାଟରେ ଚିତ୍ରିତ ଘଣ୍ଟାକର୍ଣ୍ଣ ଓ ଭୈରବପୂଜା; ଜଗନ୍ନାଥଙ୍କର ରେଖା ଲାଗି ଭାଦ୍ର ଶୁକ୍ଳ ପଞ୍ଚମୀ— ଋଷିପଞ୍ଚମୀ ଗୁରୁପଞ୍ଚମୀ—ଶୁକ୍ଳପକ୍ଷ ଗୁରୁବାର ଦିନ ପଞ୍ଚମୀ ତିଥି ପଡ଼ିଲେ ଲକ୍ଷ୍ମୀ ପୂଜା ଆଶ୍ୱିନ କୃଷ୍ଣପଞ୍ଚମୀ—ଅଶ୍ୱପଞ୍ଚମୀ ବା ନାହାଣ ପଞ୍ଚମୀ— ଅଶ୍ୱପୂଜା ଆଶ୍ୱିନ ଶୁକ୍ଳପଞ୍ଚମୀ—ନତପଞ୍ଚମୀ, ଦୂର୍ଗାପୂଜାରମ୍ଭ (ପଞ୍ଚମୀଠାରୁ ନବମୀ ପର୍ଯ୍ୟନ୍ତ) ମାଘ ସୁକ୍ଳ ପଞ୍ଚମୀ—ବସନ୍ତପଞ୍ଚମୀ ବା ଶ୍ରୀପଞ୍ଚମୀ—ସରସ୍ୱତୀ ପୂଜା, ଜଗନ୍ନାଥ ମହାପ୍ରଭୁଙ୍କ ପଞ୍ଚପଲ୍ଲବ— ଲାଗି]
- ୨. ପଞ୍ଚମୀ ବିଭକ୍ତି —୨. The ending of the ୫th or ablative case of a noun.
- ୩. ସଂଗୀତର ରାଗିଣୀବିଶେଷ — ୩. Name of a musical tune.
- ୪. ପଶାର ଛକ —୪. Corner-spots of a dice-plate.
- ୫. ବ୍ରତବିଶେଷ (ଏହାକୁ ପ୍ରଥମେ ଶ୍ରୀପଞ୍ଚମୀ ଆରାମ୍ଭ କରି ୬ ବର୍ଷ ପର୍ଯ୍ୟନ୍ତ ପ୍ରତି ଶୁକ୍ଳ ପଞ୍ଚମୀରେ କରିବାକୁ ହୁଏ) — ୫. A ceremony observed on every ୫th day of the bright fortnight of every month for ୬ years beginning from ṡrīpan̄chamī.
- ୬. ଦ୍ରୌପଦୀ (ହିନ୍ଦୀ - ଶବ୍ଦସାଗର) — ୬. A name of Dr&aline;&uline;padī (M.W.)
- ୭. (ତାନ୍ତ୍ରିକ ପଞ୍ଚମକାରରେ ପଞ୍ଚମ ତତ୍ତ୍ୱ)—ମୈଥୁନ — ୭. Copulation (as the ୫th tantrik tatwa) (M.W.)
- ୮. ଏକ ପୁରୁଷର ଦୈର୍ଘ୍ୟର ଏକ ପଞ୍ଚମାଂଶପରିମିତ ଇଷ୍ଟକ (ଏହା ଯଜ୍ଞବେଦୀର ନିର୍ମାଣରେ ବ୍ୟବହୃତ ହେଉଥିଲା) — ୮. A brick having the length of ୧/୫ of a man's height (used in the construction of sacrificial alter) (M.W.)
- ୯. ପଶାପାଲୀ —୯. A chequered board for playing at draugts (M.W.)