Jump to content

ପଞ୍ଚମୂଳ

ଉଇକିଅଭିଧାନ‌ରୁ

ପଞ୍ଚମୂଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବହୁବ୍ରୀହି; ପଞ୍ଚ+ମୂଳ) ବୈଦଶାସ୍ତ୍ରମତେ ପାଞ୍ଚ ପ୍ରକାର ବିଭିନ୍ନ ଗଛର ମୂଳଦ୍ୱାରା ପ୍ରସ୍ତୁତ ପାଚନ— ବିଶେଷ —୧. A decoction made up ୫ roots.
୨. (ସମାହାର ଦ୍ୱିଗୁ) (ବୈଦଶାସ୍ତ୍ର) ପାଞ୍ଚ ଗୋଟି ବିଶିଷ୍ଟ ମୂଳର ସମଷ୍ଟି —୨. A collection of ୫ kinds of roots for medicinal purposes.

[ଦ୍ରଷ୍ଟବ୍ୟ —ଆୟୁର୍ବେଦରେ ୯ ପ୍ରକାର ପଞ୍ଚମୂଳ ପର୍ଣ୍ଣିତ ଅଛି— ୧ ସ୍ୱଳ୍ପ ପଞ୍ଚମୂଳ ବା ଘୁଲ ପଞ୍ଚମୂଳ—ଶାଳପର୍ଣ୍ଣୀ, କୃଷ୍ଣପର୍ଣ୍ଣୀ, ଲଟା— ବେଁକୋଳି, ଅଙ୍କରାନ୍ତି ଓ ଗୋଖରା ମୂଳ—୨ ବୃହତ୍ ପଞ୍ଚମୂଳ— ବେଲ, ପାଟେଳି, ଗମ୍ଭାରୀ, ଫଣଫଣା ଓ ଅଗବଥୁ ମୂଳ—୩ ତୃଣ ପଞ୍ଚମୂଳ—କୁଶ, କାଶ, ଶର, ଓଆଖୁ ଓ ଶାଳୀଧାନ ମୂଳ—୪ ଶତାବର୍ଯ୍ୟାଦି ପଞ୍ଚମୂଳ—ଛତୋରୀ, ଭୂଇଁକଖାରୁ, ଜୀବନ୍ତୀ, କ୍ଷୀର— କାଙ୍କୋଲା ଓ ଜୀବକ ବୃକ୍ଷର ମୂଳ—୫ ଜୀବକାଦି ପଞ୍ଚମୂଳ— ଜୀବକ, ମେଦା, ମହାମେଦା, ଋଷଭକ ଓ ଜୀବନ୍ତୀମୂଳ—୬ ବଳାଦି ପଞ୍ଚମୂଳ—ବାଡ଼ି ଅଅଁଳା, ପୁରୁଣୀ, ଗବ, ମୁଗପୂର୍ଣ୍ଣୀ ବା ମୁଦ୍ଗପର୍ଣ୍ଣୀ ଓ ମାଷପର୍ଣ୍ଣୀ ମୂଳ—୭ ଗୋକ୍ଷୁରାଦି ପଞ୍ଚମୂଳ—ଗୋକୁରା, ଶୋୟାକୁଳ, ମହାକାଳ, ସୋରିଷ ଓ ଚାକୁଣ୍ଡାମୂଳ—୮ ଗୁଡ଼ୁଚ୍ୟାଦି ବା ବଲ୍ଲୀ ପଞ୍ଚମୂଳ—ଗୁଳୁଚି, ମେଣ୍ଢାଶୃଙ୍ଗୀ, ଚେମେଡ଼ିଲଇମୂଳ, ଭୂଇଁରଖାରୁ ଓ ହଳଦୀମୂଳ—୯ କଣ୍ଟକ ପଞ୍ଚମୂଳ—କରଞ୍ଜ, ଗୋଖୁରା, ଶତମୂଳୀ ବ୍ରାହ୍ମଣଝାଟିଆ ଓ କଣ୍ଟାଲେଉଟିଆ ମୂଳ]