ପଞ୍ଚାଏତ
ଦେଖଣା
ପଞ୍ଚାଏତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପଞ୍ଚାୟତନ=ପାଞ୍ଚ ଦେବତାଙ୍କ ସମୂହ)
[ସମ୍ପାଦନା]- ୧. କୌଣସି ବିବାଦ ଆପୋସିରେ ତୁଟାଇବା ପାଇଁ ଏକାଧିକ (ସାଧାରଣତଃ ୫ ବା ଅଯୁଗ୍ମସଂଖ୍ୟକ) ବ୍ୟକ୍ତିଙ୍କ ଦଳ —୧. A board of arbitrators.
[ଦ୍ରଷ୍ଟବ୍ୟ —ପୁରାକାଳରେ ଭାରତର ଗ୍ରାମପ୍ରାଚୀର ମଧ୍ୟରେ ୫ଜାତି (ସଂସ୍କୃତ - ପଞ୍ଚଜାତି) (ଯଥା—ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଓ ଶଙ୍କର)ବାସ କରୁଥିଲେ ଏ ୫ଜାତି ମଧ୍ୟରୁ ପ୍ରତିନିଧିରୂପେ ନିର୍ବାଚିତ ୫ ଜଣଙ୍କଦ୍ୱାରା ଗଠିତ ସଭାରୁ ପଞ୍ଚାଏତ ବୋଲାଯାଉଥିଲା ସେହି ସଭା ଗ୍ରାମର ବିଷୟ ବୁଝାସୁଝା କରୁଥିଲେ ସେହି ପ୍ରଥାରୁ ସାଧାରଣ ବିବାଦ ମୀମାଂସା ପାଇଁ ଉଭୟଙ୍କ ନିର୍ବାଚିତ ଏକାଧିକ ବ୍ୟକ୍ତିଙ୍କ କମିଟିକୁ ପଞ୍ଚାଏତ ବୋଲାଯାଏ Havell's Indian allegory in art].
- ୨. କୌଣସି ବିଷୟର ବିଚାର ନିମନ୍ତେ ନିର୍ବାଚିତ ଏକାଧିକ ଭଲଲୋକଙ୍କ ବୈଠକ — ୨. Panchayet; a meeting of arbitrators.
- ୩. ଏ ଶବ୍ଦର ଅବଶିଷ୍ଟ ଅର୍ଥ ପାଇଁ ପଞ୍ଚ ଶବ୍ଦର ଅନ୍ୟ ଅର୍ଥମାନ ଦେଖ —୩. For the other meanings see under the word Pan̄cha.