Jump to content

ପଞ୍ଚାଗ୍ନି

ଉଇକିଅଭିଧାନ‌ରୁ

ପଞ୍ଚାଗ୍ନି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ଦ୍ୱିଗୁ; ପଞ୍ଚ+ଅଗ୍ନି) ବେଦୋକ୍ତ ୫ ଗୋଟି ଯଜ୍ଞାଗ୍ନି —୧. The five sacrificial fires.

[ଦ୍ରଷ୍ଟବ୍ୟ —ଅନ୍ୱାହାର୍ଯ୍ୟ, ପଟନ ବା ଗାର୍ହପତ୍ୟ, ଆହବନୀୟ, ସଭ୍ୟ ଓ ଆବସଥ୍ୟ ଏହି ପାଞ୍ଚଗୋଟି ଅଗ୍ନି]

୨. ତପସ୍ୱୀମାନଙ୍କର ଚାରି ଦିଗରେ ଜଳୁଥିବା ଚାରିଗୋଟି ଅଗ୍ନି ଓ ଉପରେ ସୂର୍ଯ୍ୟ ଏପରି ପାଞ୍ଚଗୋଟି ଉତ୍ତାପଦାୟକ ତେଜ — ୨. The four fires lighted on the ୪ sides of a devotee and the blazing sun overhead.
୩. (ବହୁବ୍ରୀହି) ତପସ୍ୱୀବିଶେଷ; ଚାରିପାଖରେ ଚାରି ଗଦା ନିଆଁ ଜାଳି ଉପରେ ସୂର୍ଯ୍ୟଙ୍କୁ ଚାହିଁ ଯେହିଁ ତପସ୍ୱୀ ତପଃ ସାଧନ କରନ୍ତି —୩. A devotee performing austerities with ୪ fires around and with the sun overhead.