ପଞ୍ଚାନନ
ଦେଖଣା
ପଞ୍ଚାନନ
ଉଚ୍ଚାରଣ
[ସମ୍ପାଦନା](ପଞ୍ଚାସ୍ୟ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ପଞ୍ଚ+ଆନନ)
[ସମ୍ପାଦନା]ପଞ୍ଚମୁଖବିଶିଷ୍ଟ — Five-faced.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମହାଦେବ; ଶିବ —୧. Ṡiba.
- ୨. ସିଂହ —୨. Lion.
[ଦ୍ରଷ୍ଟବ୍ୟ —ସିଂହକୁ ପଞ୍ଚାନନ ବୋଲାଯିବାର ବ୍ୟୁତ୍ପତ୍ତି କେହି କେହି 'ପଞ୍ଚ ଅର୍ଥାତ୍ ବିସ୍ତୃତ ଆନନ୍ଦ ଯାହାର' ଏପରି କରନ୍ତି; କେହି କେହି ସିଂହର ଏକ ମୂଖ ଓ ଚାରିଟି ପଞ୍ଝା ତାହାର ମୁଖର କାର୍ଯ୍ୟ କରେ— ବୋଲି କହନ୍ତି—(ହିନ୍ଦୀ - ଶ)]
- ୩. ସଂଙ୍ଗୀତରେ ସ୍ୱରସାଧନର ଏକ ପ୍ରଣାଳୀ —୩. A kind of exercise of the scales of music.
[ଦ୍ରଷ୍ଟବ୍ୟ —ଆରୋହୀ ପଞ୍ଚାନନ ଯଥା—ସାରେଗମପ, ରେଗମପଧ, ଗମ ପଧନି, ମପଧନିସା
ଅବରୋହୀ ପଞ୍ଚାନନ ଯଥା—ସାନିଧପମ, ନିଧପମଗ, ଧପମଗରେ ପମଗରେସା—ହିନ୍ଦୀ - ଶବ୍ଦସାଗର]