ପଞ୍ଚାଳ
ପଞ୍ଚାଳ
ଉଚ୍ଚାରଣ
[ସମ୍ପାଦନା](ପଞ୍ଚାଳକ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ପଞ୍ଚ ଧାତୁ=ବିସ୍ତାର କରିବା+ସଂଜ୍ଞାର୍ଥରେ ଆଳ; କିମ୍ୱା ପଞ୍ଚ+ଅଳ)
[ସମ୍ପାଦନା]- ୧. ଗଙ୍ଗାର ଉତ୍ତର ଓ ଦକ୍ଷିଣରେ ଅବସ୍ଥିତ ପ୍ରାଚୀନ ଦେଶବିଶେଷ; ଦ୍ରୁପଦ ରାଜ୍ୟ —୧. Name of an ancient kingdom on both sides of the Ganges.
[ଦ୍ରଷ୍ଟବ୍ୟ —ବର୍ତ୍ତମାନ ବେରିଲିଠାରୁ ବୁନ୍ଦେଲଖଣ୍ଡ; ସିନ୍ଧିଆ ଇତ୍ୟାଦି ଏ ଦେଶରେ ଅନ୍ତର୍ଗତ ସରସ୍ୱତୀ ଓ ଦୃଷଦ୍ୱତୀ ନଦୀ ଦ୍ୱୟର ମଧ୍ୟବର୍ତ୍ତୀ ଦେଶର ନାମ ବ୍ରହ୍ମାବର୍ତ୍ତ; କୁରୁକ୍ଷେତ୍ର, ମତ୍ସ୍ୟ, ପଞ୍ଚାଳ ଓ ଶୂରସେନକ ଦେଶରେ ନାମ ବ୍ରହ୍ମର୍ଷି ଦେଶ ଏମାନ ବ୍ରହ୍ମାବର୍ତ୍ତର ସମୀପସ୍ଥ ଦେଶ ଏତେଦ୍ଦେଶପ୍ରସୂତ ବ୍ରାହ୍ମଣମାନଙ୍କଠାରୁ ପୃଥିବୀର ସମଗ୍ର ଲୋକମାନେ ସ୍ୱସ୍ୱ ଚରିତ୍ର ଶିକ୍ଷା କରିବେ ମନୁସଂହିତା ୨ ୧୮-୨: ରାଜା ହର୍ଯ୍ୟକ୍ଷ ଅଯୋଧ୍ୟାର ପଶ୍ଚିମ ଦେଶର ରାଜ୍ୟ ଅଧିକାର କଲେ ଏବଂ କହିଲେ ଯେ ମୋର ପଞ୍ଚ ପୁତ୍ର (ମୁଦ୍ଗଣ, ସୃଂଜୟ, ବୃହଦିଷୁ ପ୍ରବୀର ଓ କାଂପିଲ୍ୟ) ମୋ ରାଜ୍ୟ ରକ୍ଷା ପାଇଁ ଅଳଂ (ଯଥେଷ୍ଟ) ଅଟନ୍ତି ଏହି ଉପାଖ୍ୟାନାରୁ (ପଞ୍ଚ+ଅଳଂ) ପଞ୍ଚାଳ ଶବ୍ଦର ଉତ୍ପତ୍ତି ହୋଇ ଥିବାର ପଣ୍ଡିତ ମାନେ କହନ୍ତି ମହାଭାରତରେ ହିମାଳୟଠାରୁ ଚର୍ମଣ୍ୱତୀ ବା ଚମ୍ୱଲ ନଦୀପର୍ଯ୍ୟନ୍ତ ବିସ୍ତୃତ ଗଙ୍ଗାର ଉଭୟ ପାର୍ଶ୍ୱସ୍ଥ ଦେଶକୁ ପଞ୍ଚାଳ ଦେଶ ବୋଲା ଯାଇଅଛି ଦ୍ରପଦ ପଞ୍ଚାଳର ରାଜା ଥିବାରୁ ତାଙ୍କ କନ୍ୟା ଦ୍ରୌପଦୀଙ୍କୁ ପାଞ୍ଚାଳୀ ବୋଲାଯାଏ]
- ୨. ପଞ୍ଚାଳଦେଶବାସୀ ବ୍ୟକ୍ତି — ୨. An inhabitant of Pan̄chāḻa.
- ୩. ପଞ୍ଚାଳ ଦେଶର ରାଜା —୩. A king of Pan̄chāḻa.
- ୪. ମହାଦେବ; ଶିବ (ହିନ୍ଦୀ - ଶ) —୪. Ṡiba.
- ୫. ବଢ଼େଇ ଓ କମାର କାମ କରୁଥିବା ଦକ୍ଷିଣ ଦେଶରେ ଏକ ଜାତି (ହିନ୍ଦୀ - ଶ) —୫. Name of a caste of men of S. India who work as carpenters & smiths.
- ୬. ଋଷିବିଶେଷ —୬. Name of a sage.
- ୭. ବିଷଧର କୀଟବିଶେଷ (ହିନ୍ଦୀ - ଶ) — ୭. A particular venomous insect (M.W.).
- ୮. ରାଗ ବା ଛାନ୍ଦବିଶେଷ — ୮. Name of a metre (M.W.)
- ୯. ନାଗ ରାକ୍ଷସବିଶେଷ — ୯. Name of a serpent demon.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ପଞ୍ଚାଳ ଦେଶୀୟ — ୧. Pertaining to the Pan̄chāḻa country.
- ୨. ପଞ୍ଚାଳ ଦେଶବାସୀ — ୨. Residing in the Pan̄chāḻa country.