Jump to content

ପଞ୍ଚ ମହାଯଜ୍ଞ

ଉଇକିଅଭିଧାନ‌ରୁ

ପଞ୍ଚ ମହାଯଜ୍ଞ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ+ମହାଯଜ୍ଞ)

[ସମ୍ପାଦନା]

ବ୍ରହ୍ମଯଜ୍ଞ (ବେଦାଧ୍ୟୟନ), ଦେବଯଜ୍ଞ (ଅଗ୍ନିହୋତ୍ର), ପିତୃଯଜ୍ଞ (ତର୍ପଣ), ଭୂତଯଜ୍ଞ (ବୈଶ୍ୱ ଦେବ) ଓ ନୃଯଜ୍ଞ (ଅତିଥି ପୂଜା) ଗୃହସ୍ଥର ଅନୁଷ୍ଠେୟ ଏହି ୫ ଗୋଟି ଯାଗ ବା ପୂଜା —The five great sacra ments enjoined on every house-holder by )

the vedas (vig. reading the vedas, performing vedic sacrifice, offering manes, offering oblations to the spirits and hospitality).

[ଦ୍ରଷ୍ଟବ୍ୟ —ଗୃହ କର୍ମ ପାଇଁ—୧. ଚୁଲୀ, ୨. ଚକୀ ଓ ଶିଳ ଶିଳପୁଆ, ୩. ପହଁରା (ଝାଡ଼ୁ), ୪. ଢିଙ୍କି ଓ ଉଦୁଖଳ ମୂଷଳ ଓ ୫. ପାଣି ମାଠିଆ ଏସବୁକୁ ଗୃହସ୍ଥକୁ ପ୍ରତ୍ୟହ ବ୍ୟବହାର କରିବାକୁ ହୁଏ ଏମାନଙ୍କର ନାମ ପଞ୍ଚ ସୂନା;—ଏହି ସବୁରେ ବହୁ ଜୀବହତ୍ୟା ବା ଜୀବହିଂସା ଅଜ୍ଞାତ ଭାବରେ କରାଯାଏ ଗୃହସ୍ଥକୁ ଏହି ପଞ୍ଚସୂନାଜନିତ ଜୀବହତ୍ୟା ପାପରୁ ମୁକ୍ତ କରିବା ପାଇଁ ମହର୍ଷିମାନେ ପଞ୍ଚଯଜ୍ଞର ବ୍ୟବସ୍ଥା କରିଅଛନ୍ତି ବେଦଧ୍ୟୟନ ଓ ବେଦାଧ୍ୟାପନ ବ୍ରହ୍ମଯଜ୍ଞ, ଶ୍ରାଦ୍ଧ ଓ ତର୍ପଣ ପିତୃଯଜ୍ଞ, ହୋମ—ଦେବଯଜ୍ଞ; ଅନ୍ନଦାନ ଓ ବୈଶ୍ୱ— ଦେବ—ଭୂତଯଜ୍ଞ ଓ ଅତିଥି ସେବା ନୃଯଜ୍ଞ ଯେଉଁ ଗୃହସ୍ଥ ଆପଣା ଶକ୍ତି ଅନୁସାରେ ପ୍ରତିଦିନ ଏହି ପଞ୍ଚଯଜ୍ଞ କରନ୍ତି ସେ ଗୃହରେ ବାସକରି ସୁଦ୍ଧା ପଞ୍ଚସୂନା ଦୋଷରେ ଲିପ୍ତ ହୁଅନ୍ତି ନାହିଁ (ମନୁ ୩ ୬୯: —୭୧: ଓ ୮—୮୧: )]