Jump to content

ପଡ଼ିଆ

ଉଇକିଅଭିଧାନ‌ରୁ

ପଡ଼ିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଉଠିଆ—ବିପରୀତ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପତିତ)

[ସମ୍ପାଦନା]
୧. ପତିତ ଭୂମି; ଅନାବାଦି ଜମି — ୧. Fallow land; uncultivated field; waste land.
୨. ସମତଳ ଘାସ ଭୂମି —୨. Meadow.
୩. ପଦା ଜାଗା; ଉନ୍ମୁକ୍ତସ୍ଥାନ —୩. Open field.
୪. ନିମ୍ନ ଭୁମି —୪. Low land.
୫. ନଦୀର ଅଳ୍ପ ଜଳ ଥିବା ସ୍ଥାନ — ୫. Shallow part of a river.
୬. ହଳିଆ ବା ମୂଲିଆ ଯେଉଁ ଦିନ କାମ କରିବାକୁ ନ ଆସେ ସେ ଦିନର ଅନୁପସ୍ଥିତି —୬. Abesence of a labourer from work on any day.
୭. ଲୁଗାର ଯେଉଁ ଅଂଶର ସୁତା ଠିକ୍ ରୂପେ ବୁଣା ହୋଇ ପାରି ନ ଥାଏ —୭. Part of a cloth where the woof and the warp threads have not been woven regularly.
୮. ଶଗଡ଼ର ଗୋଟିଏ ଚକ ଉଚ୍ଚ ଜାଗାରେ ଓ ଅନ୍ୟ ଚକ ଖାଲ ଜାଗାରେ ପଡ଼ିବା ଅବସ୍ଥା —୮. The condition of one wheel of a cart being on a lower ground than the other.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପତିତ; ଅକର୍ଷିତ — ୧. Uncultivated; waste; fallow.

ପଡ଼ିଆ ଭୁଇଁ ଥାଉଁ ଉଠିଆ ଭୁମି ଦେଲେ ସେ ସୁକୃତ କହି ନ ପାରଇଟି ଭଲେ କୃଷ୍ଣସିଂହ. ମହାଭାରତ. ଅନୁଶାସନ

୨. ଅନିୟୋଜିତ —୨. Unemployed.

(ଯଥା ଆଜି ମୋର ତନ୍ତ ପଡିଆ)

୩. (ବାଛୁରୀ ବଢିଯାଇ ଥିବାରୁ) ଯେଉଁ ଗାଈ ବିଷିକି ଯାଇଥାଏ ଅର୍ଥାତ୍ ଯାହାର ଦୁଧ କମି ଯାଇଥାଏ —୩. (a milch cow) That has become dry.
୪. ଦୋକାନରେ ପଦାର୍ଥ ବିକ୍ରି ନ ହେବା(ସମୟ) — ୪. Slack (season).
୫. ନିରାସା; ନିକୃଷ୍ଟ —୫. Inferior.
୬. ଯେଉଁ ବ୍ୟକ୍ତି ଖାଇବା ସକାଶେ ପ୍ରତିଦିନ ପଡ଼ିପାଏ — ୬. Depending on a dole of rice.

(ଯଥା—ପଡ଼ିଆ ଡ଼ିହ)

୭. ବାସ ପରିତ୍ୟକ୍ତ; ଯେଉଁ ସ୍ଥାନରେ କେହି ବାସ କରୁ ନାହିଁ —୭. Uninhabited; abandoned (house); untenanted.
୮. ବିକ୍ରି ନ ହୋଇ ଦୋକାନରେ ପଡ଼ି ରହିଥିବା (ପଣ୍ୟଦ୍ରବ୍ୟ) ୮. (any commodity) Which remains undisposed of in the shop.