ପଡ଼ିବା

ଉଇକିଅଭିଧାନ‌ରୁ

ପଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ପଡ଼ିଯିବା ଅନ୍ୟରୁପ)

ଦେଶଜ - କ୍ରି. (ସଂସ୍କୃତ - ପତ୍ ଧାତୁ; ସଂସ୍କୃତ - ପତନ; ପ୍ରା. ପଡ଼ନ)[ସମ୍ପାଦନା]

୧. ପତିତ ହେବା —୧. To fall.

ତୋଳାଇଲା ପରି ତିନି ତଳେ ପଡ଼ିଯିବା ଭଳି କବିସୂର୍ଯ୍ୟ. କୀଶୋରୀଚମ୍ପୁ. ତ ଗୀତ

୨. ଝଡ଼ିବା; ଭୂମିରେ ପତିତ ହେବା — ୨. To drop down; to fall to the ground.
୩. (ସମୟ) ଉପସ୍ଥିତ ହେବା —୩. (a time) To arrive.

ଯଥା—ଆଜିକାଲି ବଡ଼ ମହର୍ଗକାଳ ପଡ଼ିଛି—

୪. ଲୋଟିବା; ଗଡ଼ିବା; ଭୂମିରେ ଲୁଣ୍ଠିତ ହେବା —୪. To roll on the grounds; to wallow on the ground.
୫. ଅନ୍ୟର ଗୋଡ଼ତଳ ଦଣ୍ଡବତ୍ ପତିତ ହେବା — ୫. To lie prostrate at one's feet.
୬. ସ୍ଖଳିତ ହେବା; ସ୍ୱସ୍ଥାନରୁ ନିମ୍ନକୁ ଖସିବା — ୬. To slip down.
୭. (ନଦୀ) ବହିଯାଇ ସାଗର ଆଦିରେ ମିଶିବା — ୭. (a river) To flow and fall into (the sea).

ଯଥା—ଏ ନଈ ଚିଲିକାରେ ପ଼ଡ଼ିଛି

୮. ନିଷ୍କ୍ରାନ୍ତ ହେବା; ବାହାରିବା — ୮. To come out; to issue.

ଯଥା—ମେଘରୁ ବର୍ଷା ପଡ଼ୁଛି; ତା ପାଟିରୁ ରକ୍ତ ପଡୁଛି

୯. ଶୋଇବା; ଶଯ୍ୟାଗତ ହେବା — ୯. To lie down; to be confined to bed.

ଯଥା—ତା ଘରେ ତିନି ପ୍ରଣୀଯାକ ରୋଗରେ ପଡ଼ିଛନ୍ତି

୧. ଧୃତ ହେବା; ଧରା ହେବା — ୧୦. To be caught.

କାଳିଆ ଫାନ୍ଦେ ମିତ ଲୋ ! ନ ପଡ଼ିବୁଟି—ସଙ୍ଗୀତ

୧୧. ହସ୍ତଗତ ହେବା; ଅଧିକାରକୁ ଆସିବା — ୧୧. To come under one's control or disposal.
୧୨. ଉପସ୍ଥିତ ହେବା; ଆସିବା — ୧୨. To come; to arrive at.

ଅଇଲି ଧାଇଁ ପଡ଼ିଲି କାହିଁ ସୁଆଦ ଶବଦ ଟିକିଏ ନାହିଁ—ଢଗ

୧୩. ମନ ମିଳିବା ବା ସଙ୍ଗହୋଇ ଚଳିବା — ୧୩. To be on friendly or good terms.

ଯଥା—ସେ ଘଇତାମାଇପଙ୍କର ଭାରି ପଡ଼ିଛି

୧୪. ଚାଳିତ ହେବା; କଥା ଅନୁସାରେ କାର୍ଯ୍ୟ କରିବା — ୧୪. To be led or guided by ; to act according to the advice of.

ଯଥା—ତା କଥାରେ ପଡ଼ି ଆଜି ମୋର ଏ ଦିଶା ହେଲା

୧୫. ଆସକ୍ତ ହେବା; ଅନୁରକ୍ତ ହେବା — ୧୫. To be atteched or addicted to.

ଯଥା—କୁସଙ୍ଗରେ ପଡ଼ି ସେ ପଢ଼ାପଢ଼ି ଛାଡ଼ିଦେଲା

୧୬. ମିଳିବା; ମେଳ ହେବା —୧୬. To tally with.

ଯଥା—ତୋ କଥାକୁ ମୋ କଥା ପଡ଼ିଗଲା

୧୭. ସମକକ୍ଷ ହେବା; ଅନୁକୂଳ ହେବା — ୧୭. To be equal to; to fit in with.

ଯଥା—ବରପାତ୍ର ଜାତକ ସଙ୍ଗେ କନ୍ୟାପାତ୍ର ଜାତକ ଭଲ ପଡ଼ିଛି

୧୮. ଅପେକ୍ଷା କରି ରହିବା —୧୮. To stay waiting.

ଯଥା—ଆମ ମାମଲା ଧରାଯିବ ବୋଲି ଆମେ କଟକରେ ତିନି ଦିନ ହେଲା ପଡ଼ିଛୁଁ.

୧୯. ଲୋଡ଼ା ହେବା; ଆବଶ୍ୟକ ହେବା — ୧୯. To be necessary; to be wanted.

ଯଥା—ଏ ବର୍ଷ ଶୀତ ପାଇଁକି ଖଣ୍ଡିଏ ମାଠ କିଣିବାକୁ ପଡ଼ିଲାଣି

୨. ଦନ୍ଥରା ହେବା —୨୦. To become blunt.

ଯଥା—ଏ କଟୁରୀର ଦାଢ ପଡ଼ିଗଲାଣି

୨୧. ଲାଗିବା; ବ୍ୟୟ ହେବା —୨୧. To cost.

ଯଥା—ଦେଉଳଟିଏ ତୋଳାଇବାକୁ ହଜାର ଟଙ୍କା ପଡ଼ିବ

୨୨. ହେବା —୨୨. To be.

ଯଥା—ଏ ଲୁଗାରେ ଦାମ କେତେ ଟଙ୍କା ପଡ଼ିବ? ଏ କଥା କଅଣ ମୋଫତ୍ ପଡ଼ିଛି କି?

୨୩. ଆଲୋଚିତ ହେବା; ପ୍ରସଙ୍ଗକ୍ରମେ ଉତ୍ଥାପିତ ହେବା — ୨୩. To be discussed; to be raised during a discourse or conversation.

ଚିତ୍ରକୂଟେ ଅନୁସୁୟାଙ୍କର ସଙ୍ଗତେ ସମ୍ଭାଦ ଯା ପଡ଼ିଲା କହିବା ତା କେତେ କୃଷ୍ଣସିଂହ. ମହାଭାରତ. ବନ

୨୪. ଭାବର ଆଦାନ ପ୍ରଦାନ ହେବା; ପ୍ରଶ୍ନୋତ୍ତର କ୍ରମେ ଚର୍ଚ୍ଚା କରାଯିବା —୨୪. To be dealt with in the shape of questions & answers thereto.

(ଯଥା—ତାର ମୋର ବହୁତ ଦୁଖ ସୁଖ ପଡ଼ିଲା)

୨୫. ବିଖ୍ୟାତ ହେବା; ପ୍ରକଟିତ ହେବା — ୨୫. To be published.

ବାଟରେ ହଗିଲେ ନାଁ ପଡ଼େ, ଦେଉଳ ତୋଳେଇଲେ ନାଁ ପଡ଼େ ଢଗ—

୨୬. ବିଲମ୍ୱିତ ହେବା;ଲମ୍ୱିବା —୨୬. To hang down.

ଓଢଣା ପଡ଼ିଛି ତୁଣ୍ଡ ସରିକି ପାଟି ଶୁଭୁଅଛି ଚଉପାଢିକି—ଢଗ

୨୭. ଚଢ଼ାଉ କରିବା; ଉଜାଡ଼ କରିବା —୨୭. To attack; to commit depredations upon.

ଧୁମାନ୍ତ କରି ମୂଲକ ଯାକ, ଧନ କାଞ୍ଚନ ଲୁଟି ଅନେକ ଯାଇଁ ପଡ଼ିଲେ ଷାଠିଏ ବାଟି ବନ ଭିତର ଯେ ବ୍ରଜନାଥ—ସମର ତରଙ୍ଗ


୨୮. ଅନୁଭୁତ ହେବା — ୨୮. To be felt or experienced.

ଯଥା—ଏ ବର୍ଷ ଭାରି ଶୀତ ପଡ଼ିଛି

୨୯. ଘଟିବା —୨୯. To happen; to occur.

ପଡ଼ିଲା ଏବେ ଆସି ଦାବାଗ୍ନି ବିପଦ—କୃଷ୍ଣସିଂହ. ମହାଭାରତ, ବନ

୩. ପ୍ରସ୍ତାବିତ ହେବା —୩୦. To be proposed.

ଗେହ୍ଲେଇ ନାନୀକି ବର ପଡ଼ିଛି ଆର ସାଇ ବଣଭୁଆ—ଢଗ

୩୧. ମୁଦା ହେବା; ବନ୍ଦ ହେବା — ୩୧. To be closed or shut up.

ଯଥା—ସନ୍ଧ୍ୟା ନ ବୁଡ଼ୁଣୁ ଗାଆଁ ଯାକ ତାଟି କବାଟ ପଡ଼ିଲାଣି

୩୨. ଫଳ ଘଟିବା —୩୨. To result.

ଯଥା—ପଚିଶିକୁ ପାଞ୍ଚରେ ହରିଲେ କେତେ ପଡ଼ିବ?

୩୩. ଇତସ୍ତତଃ ସଞ୍ଚାଳିତ ହେବା — ୩୩. To be waved to and fro.

ପ୍ରଫୁଲ୍ଲ ରସାଣ ବକୁଳ ଚାମର ଚାରି ପାରୁଶରେ ପଡ଼େ—ଦୀନକୃଷ୍ଣ. ଜଗମୋହନ

୩୪. ଉପର୍ଯ୍ୟୁପରି ପ୍ରହାରିତ ହେବା — ୩୪. To be struck repeatedly.

ଢିଙ୍କି ପଡ଼େ ଧମ ଧମ, ସାହାବ ଚାକିରି ଭାରି କଠିନ, ଝାଳ ବୁହେ ଗମ ଗମ—ଢଗ

୩୫. ରହିତ ହେବା;ଅକ୍ଷମ ହେବା; ଅବସ ହେବା — ୩୫. To become useless or unfit for work.

ଯଥା—ରାତିଯାକ ଗୀତ ଗାଇଗାଇ ମୋ କଣ୍ଠ ପଡ଼ିଗଲାଣି

୩୬. ଖିଆ ପିଆ ହେବା — ୩୬. To be eaten; to be partaken.

ଯଥା—ଆଜି ଟୋପାଏ ନାଲି ପାଣି ପଡ଼ିବାରୁ ତାକୁ ତିନିପୁର କଥା ଦିଶୁଛି

୩୭. (ସୁବିଧା) ଜୁଟିବା —୩୭. To come to pass; (an opportunity) to present itself.

ଯଥା—ଖଞ୍ଜ ପଡ଼ିଲେ ସେ ତାକୁ ଚୋଟେ ଦେବ

୩୮. ପଡ଼ିଆ ହେବା; ଅକର୍ଷିତ ହୋଇ ରହିବା — ୩୮. To lie fallow.

ଯଥା—ବିହନ ଅଭାବରୁ ମୋର ଏ ବର୍ଷ ୪ ମାଣ ଜମି ପଡ଼ି ରହିଲା

୩୯. ଭୂମି ଉପରେ ବିସ୍ତୃତ ହେବା —୩୯. To be spread on the ground.

ଯଥା—ବିଛଣା ପଡ଼ିଛି

୪. ଆଶ୍ରୟ କରି ରହିବା — ୪୦. To remain as a dependant on.

ଯଥା—ମୁଁ ତ ସାଆନ୍ତଙ୍କ ପାଖେ ପଡ଼ିଛି, ସେ ରଖିବେ ରଖନ୍ତୁ, ମାରିଲେ ମାରନ୍ତୁ

୪୧: ଫଳରେ ଜଣା ଯିବା; ଦେଖାଯିବା — ୪୧. To turn out to be; to be found.

ଯଥା—ଏ ବଳଦଟି ଭାରି ଟାଣୁଆ ପଡ଼ିଲା

୪୨: ତଳକୁ ଓହ୍ଲାଇବା; ଅଧୋଗାମୀ ହେବା — ୪୨. To descend; to go down.

ଯଥା—ତରାଜୁର ଗୋଟାଏ ପଲ୍ଲା ପଡ଼ି ଯାଇଛି

୪୩: ଦେଖା ଯିବା —୪୩. To appear; to be seen.

ଯଥା—ମେଘ ଛାଡ଼ିଯିବାରୁ ଆକାଶରେ ତାରା ପଡ଼ିଲେଣି

୪୪: (ଗଛରେ ଫଳ) ଧରିବା —୪୪. (said of a fruit) To appear on a tree; to be born by a tree.

ଯଥା—ମୋ ବାଡ଼ିରେ ତିନି କାନ୍ଦି କଦଳୀ ପଡ଼ିଲାଣି

୪୫: ଅଭିଭୁତ ହେବା —୪୫. To be overtaken.

ଭକତି ଲାଭେ କୃଷ୍ଣ ପାଦେ, ନ ପଡ଼େ ଶୋକ ମୋହ ହନ୍ଦେ ଜଗନ୍ନାଥ. ଭାଗବତ

୪୬: ଉଚ୍ଚାରିତ ହେବା — ୪୬. To be pronounced or uttered.

ଯଥା—ସତ୍ୟନାରାୟଣ ପୂଜାରେ ଆଜି ଖୁବ୍ ହରିବୋଲ ହୁଳ— ହୁଳି ପଡ଼ିଲା

୪୭: (ଦନ୍ତଆଦି) ସ୍ଥାନଚ୍ୟୁତ ହେବା — ୪୭. To be dislocated.

ଯଥା—ବୁଢ଼ାଦିନେ ଅଧିକାଂଶ ଲୋକଙ୍କର ଦାନ୍ତ ପଡ଼ିଯାଏ

୪୮: (ଶାପ ଆଦି) କୌଣସି ବ୍ୟକ୍ତିଠାରେ ଫଳିବା — ୪୮. (a curse) To bear fruit on a person.

ଯଥା—ତା ଉପରେ ମୋ ନିଶ୍ୱାସ ପଡ଼ିଲା

୪୯: ପ୍ରେରିତ ହେବା —୪୯. To be sent or issued.

ଯଥା—ବିଭାଘରକୁ ସମୁଦିଙ୍କ ଘରେ ଆମର ଗୁଆ ପଡ଼ିଛି

୫. କୌଣସି ସ୍ଥାନରେ ସ୍ଥାପିତ ହେବା — ୫୦. To be raised or pitched at a place.

ଯଥା—କିଲ୍ଲା ପଡ଼ିଆରେ ତମ୍ୱୁ ପଡ଼ିଛି

୫୧: ଆରବ୍ଧ ହୋଇଥିବା —୫୧. To be begun.

ଯଥା—ବର୍ତ୍ତମାନ ଅଯୋଧ୍ୟାକାଣ୍ଡ ପଡ଼ିଛି

୫୨: ଉପୁଜିବା; ଜାତ ହେବା — ୫୨. To be born; to grow.

ଯଥା—ଆମ ଗାଈର ଗୋଟିଏ ମାଈ ବାଛୁରୀ ପଡ଼ିଛି

୫୩: (ରାସ୍ତା ଆଦି) ନୂତନ ତିଆରି ହେବା — ୫୩. (a road)To be constructed or laid.

ଯଥା—ଚାରିମାସ ହେଲା ଆମ ଗାଁଆଁକୁ ପକା ସଡ଼କ ପଡ଼ୁଛି

୫୪: (ରୋଗ) ଆକ୍ରମଣ କରିବା —୫୪. To attack.

ଯଥା—ମୋର ପିଛୁଳି ପଡ଼ିଛି; ଗୋବିନ୍ଦ ମାଆଙ୍କର ଥନହରା ପଡ଼ିଛି

୫୫: ପାତିତ ହେବା —୫୫. To be laid.

ଯଥା—ଖାଇବାକୁ ପତର ପଡ଼ିଛି

୫୬: ରାଉଟି ପକାଇବା —୫୬. To encamp.

ଯଥା—ଆମ୍ୱ ତୋଟାରେ ବନ୍ଦୋବସ୍ତ ହାକିମ ପଡ଼ିଛନ୍ତି

୫୭: ମିଶ୍ରିତ ହେବା —୫୭. To be mixed.

ଲାଭରେ ପଡ଼ିଛି କପୂର ବାସ, ଲାଉ ଖାଇଲେ ଛାଡ଼ିବ କାଶ ଶିଶୁଗୀତ

୫୮: ତଳକୁ ଖସାଯିବା —୫୮. To be lowered.


ଯଥା—ଜାହାଜର ଲଙ୍ଗର ପଡ଼ିଲା; ରେଳର ସିଗ୍ନାଲ୍ ପଡ଼ିଲାଣି

୫୯: (ଘରର ଶୁଭଆଦି) ଦିଆଯିବା — ୫୯. (a foundation) To be laid.

ଯଥା—ଆଜି ଘରେ ଶୁଭ ପଡ଼ିଲା

୬. କୌଣସି ସ୍ଥାନରେ ଉପସ୍ଥିତ ହେବା — ୬୦. To arrive at a place.

ଯଥା—ମୁଗ କିଆରିରେ ପହ୍ଲେ ମାଙ୍କଡ଼ ପଡ଼ିଛନ୍ତି

୬୧: ଚିତ୍ର ବା କାରୁକାର୍ଯ୍ୟରୂପେ ଖଚିତ ହେବା — ୬୧. To be decorated with ornamental works.

ଯଥା—ଏ ଶାଢ଼ୀରେ କୁମ୍ଭ ପଡ଼ିଛି

୬୨: ଇତସ୍ତତଃ ବିକ୍ଷିପ୍ତ ହେବା — ୬୨. To be strewn or scattered about.

ଯଥା—ଲୁଗା ପଟା ଯାକ ଘରେ ଏଣେ ତେଣେ ପଡ଼ିଛି

୬୩: ସଂଯୋଜିତ ହେବା —୬୩. To be set or joined to.

ଯଥା—ଏଥର ତନ୍ତରେ ଗୋଟାଏ ବାରହାତିଆ ଶାଢ଼ୀ ପଡ଼ିଛି

୬୪: ନିମ୍ନସ୍ଥ ବସ୍ତୁକୁ ସ୍ପର୍ଶ କରିବା — ୬୪. To touch a thing which is below.

ବାଳ ଛାଡ଼ିଦିଅ ଭୁଇଁରେ ପଡ଼ୁ ଲକ୍ଷେ ଚମ୍ପାଫୁଲ ଝଡ଼ୁ ଢଗ

୬୫: ଉକ୍ତି ପ୍ରତ୍ୟୁକ୍ତିରୁପେ କଥିତ ହେବା — ୬୫. To be exchanged as questions & replies.

ଯଥା—ସେ ଦୁହିଙ୍କ ମଧ୍ୟରେ ଭରି ଡାହିକା ପଡ଼ିଛି

୬୬: ଶବ୍ଦିତ ହେବା —୬୬. To be sounded.

ଯଥା—ତୋପ ପଡ଼ିଲା

୬୭: ରୋପିତ ହେବା; ବୁଣା ହେବା — ୬୭. To be planted; to be sown.

ଯଥା—ଏ ବିଲରେ ତଳି ପଡ଼ିଛି; କୁଣ୍ଡରେ କୋବି ଚାରା ପଡ଼ିଛି

୬୮: ପ୍ରଦତ୍ତ ହେବା —୬୮. To be given.

ଯଥା—ଚୁଡ଼ା ପାଇଁ କେଉଟ ଘରେ ୫ ଗୌଣି ଧାନ ପଡ଼ିଛି; ଧୋବାଘରେ ଲୁଗା ପଡ଼ିଛି

୬୯: ଟଣା ଯିବା —୬୯. To be drawn; to be dragged.

ଯଥା—ପୋଖରୀରେ ଜାଲ ପଡ଼ିଛି

୭. ବାଜିବା; ଲାଗିବା —୭୦. To touch.

ପୟୋଷ୍ଣୀଙ୍କ ଜଳ ପଡ଼ଇ ଯାର ଦେହେ ସେ କେବେ ନ ପଡ଼ଇ ଏ ସଂସାର ମୋହେ କୃଷ୍ଣସିଂହ. ମହାଭାରତ. ବନ

୭୧: କମିବା —୭୧. To come down.

ଯଥା—ଭାଉ ପଡ଼ିଲା

୭୨: ବରଷିବା; (ଅମୁକ) ଉପରେ ଊର୍ଦ୍ଧ୍ୱରୁ ପତିତ ହେବା — ୭୨. To be showered upon; to rain.

ଯଥା—ତୋ ମୁଣ୍ଡରେ ବର୍ଷା ପାଣି ପଡ଼ୁଛି

୭୩: ମାଗଣାରେ ମିଳିବା — ୭୩. To be available for nothing.

ଯଥା—ଏଠେଇଁ କଅଣ ସଦାବର୍ତ୍ତ ପଡ଼ିଛି ଯେ, ତୁମେ ନିତି ଏଠାକୁ ଦଉଡ଼ିଛି?

୭୪: (ବ୍ରଣ, ପିଛୁଳି, ବାଘୀ ଆଦି ସ୍ଫୀତିଯୁକ୍ତ ରୋଗ) ଦେହରେ ଦେଖାଯିବା —୭୪. To come out (said of boils & swellings).

୭୫: (କୋଲୋପ, ଚାବି, ଶିକୁଳି ଆଦି ଦ୍ୱାରା) ଗୃହର କବାଟ ବନ୍ଦ ହେବା —୭୫. To be locked up with padlock or chain (said of the door of a house).

ଯଥା—ଦୋକାନରେ କୋଲପ ପଡ଼ିଛି

[ଦ୍ରଷ୍ଟବ୍ୟ —ଅନ୍ୟ ଧାତୁ ଲଙ୍ଗେ ପଡ଼ିବା ଯୋଗ ହେଲେ ସେ ଧାତୁର ଅର୍ଥକୁ ଦୃଢ଼ତର କରେ ଯଥା—ଧାଇଁ ପଡ଼ି ହୋ; ଓହ୍ଲାଇ ପଡ଼ିବା; ବସିପଡ଼ିବା; ଉଠିପଡ଼ିବା ଓ ଶୋଇ ପଡ଼ିବା ଇତ୍ୟାଦି

ପଡ଼ିବା ପୂର୍ବେ ବ୍ୟବହୃତ ଅସମାପିକା କ୍ରିୟା; ଯଥା—ଧାଇଁ ପଡ଼ିବା; ଉଠି ପଡ଼ିବା; ବସି ପଡ଼ିବା; ଶୋଇ ପ଼ଡ଼ିବା; ଗଡ଼ି ପଡ଼ିବା; ନଇଁ ପଡ଼ିବା; ଡେଇଁ ପଡ଼ିବା; ଚମକି ପଡ଼ିବା; ମାଡ଼ି ପଡ଼ିବା; ଭଙ୍ଗି ପଡ଼ିବା ଝଡ଼ି ପଡ଼ିବା ଇତ୍ୟାଦି

ପଡ଼ିବାର ଅସମାପିକା ରୂପ ପରେ ବ୍ୟବହୃତ କ୍ରିୟା—ଯଥା ପଡ଼ିଯିବା; ପଡ଼ି ଉଠି ଧାଇଁବା; ପଡ଼ି ମରିବା ଓ ପଡ଼ି ରହିବା ଇତ୍ୟାଦି ପଡ଼ିବାର ସହଚର କ୍ରିୟା—ପଡ଼ିବା ଉଠିବା; ଉଠିବା ପଡ଼ିବା]