ପଡ଼ିବା ଉଠିବା
ଦେଖଣା
ପଡ଼ିବା ଉଠିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପଡ଼ିବା ଉଠିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବିକ୍ଷିପ୍ତ ହେବା ଓ ଉତ୍ କ୍ଷିପ୍ତ ହେବା — ୧. To be thrown up and down.
- ୨. ଦଉଡ଼ିଲାବେଳେ ଅସମତଳ ବା ଖସଡ଼ା ଭୂମିରେ ପଡ଼ି ଯିବା ଓ ପୁଣି ଉଠିବା —୨. To fall down and get up while running over an uneven or slippery surface.
ଯଥା—ଜମିଦାରଙ୍କର ତଲବ ହୋଇଛି ବୋଲି ଅନ୍ଧାର ରାତିରେ ପ୍ରଜାମାନେ ପଡ଼ି ଉଠି ଧାଇଁଛନ୍ତି
- ୩. (ଲକ୍ଷଣାର୍ଥ) ଘନ ଘନ ଗର୍ଜ୍ଜନ ବା ଉଚ୍ଚୈଃସ୍ୱର ବା ଅତ୍ୟାଚାର ଯୋଗୁଁ କମ୍ପମାନ ବା ଅସ୍ଥିର ହେବା —୩. (a place) To shake violently owing to repeated loud roaring or loud reports.
ଯଥା—ବାମ୍ ବାଜି ଫୁଟିବାର ସେ ଗାଁ ପଡ଼ୁଛି ଉଠୁଛି
- ୪. (କୌଣସି ବ୍ୟକ୍ତି) ରୋଗର ଯନ୍ତ୍ରଣାରେ ଅସ୍ଥିର ହେବା; ଯନ୍ତ୍ରଣାରେ ଦେହ ହାତ ଗୋଡ଼ ବାଡ଼େଇବା କଚାଡ଼ିବା — ୪. (a person) To strike one's arms and legs in the paroxysms of a disease.