Jump to content

ପଣ

ଉଇକିଅଭିଧାନ‌ରୁ

ପଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ପଣ୍ ଧାତୁ=କିଣିବା; ସ୍ତୁତି କରିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଅଶି ସଂଖ୍ୟା; କୋଡ଼ିଏ ଗଣ୍ଡା କଉଡ଼ି; କାହାଣର ଏକ ଷୋଡାଶାଂଶ —୧. Eighty of anything; eighty cowries
୨. ଅଣା; ବିଶ୍ୱା —୨. One anna or biṡwā
୩. (+କର୍ମ. ଅ)—ବାଜି — ୩. Wager; a stake at play.
୪. ସରେତ୍ —୪. Stipulation; condition.

ସେ କନ୍ୟା ବୋଇଲା ମୋ ପଣ୍ଡୁଟିଏ ଅଛି, ତା ଡାକିଲେ ମୋତେ ପାଇବ ନୃପସି କୃଷ୍ଣସିଂହ. ମହାଭାରତ. ବନ

୫. କ୍ରୟ ବିକ୍ରୟ ଦ୍ରବ୍ୟ —୫. Merchandise.
୬. ଚୁକ୍ତି —୬. Contract; pact.
୭. ପ୍ରତିଜ୍ଞା —୭. Vow; resolution; resolve.

କେଭେ ନ ସହିବି ଏ ମୋ ପ୍ରାଣ ଚକ୍ରମାଣି ରାଧାନାଥ. ବେଣୀସଂହାର

୮. ବାଜି ରଖି ଯେଉଁ ଖେଳ ଖେଳାଯାଏ; ଦ୍ୟୁତ; ଜୁଆଖେଳ — ୮. Gambling; a game at hazards.
୯. ଭଡ଼ା —୯. Hire.
୧. ମୂଲ୍ୟ —୧୦. Price; purchase-money; consi deration money.
୧୧. ବିବାହରେ ବର ବା କନ୍ୟା ପାତ୍ରୀର ମୂଲ୍ୟସ୍ୱରୁପ ଗୃହୀତ ଅର୍ଥ ବା ଶୁଳ୍କ; କନ୍ୟାପଣ; ବରପଣ — ୧୧. Marriage fee; price taken for giving a boy or girl in marriage.
୧୨. ବେପାର; ବେଭାର; ଆଦାନ ପ୍ରଦାନ —୧୨. Bargain; trade; barter; exchange.
୧୩. ବ୍ୟବହାର —୧୩. Treatment; use.
୧୪. ବେତନ —୧୪. Wages, salary.


୧୫. ବଦ୍ଧ ମୁଷ୍ଟି —୧୫. Closed fist.
୧୬. ସତ୍ତା —୧୬. Existence.
୧୭. ସ୍ତୁତି; ପ୍ରଶଂସା (ହିନ୍ଦୀ - ଶ.) —୧୭. Eulogy; praise.
୧୮. ପ୍ରାଚୀନ କାଳର ଏକ ମୁଠା ଶସ୍ୟର ପରିମାଣ (ହିନ୍ଦୀ - ଶ.) — ୧୮. An ancient standard measure equal to the weight of one handful of grain.
୧୯. ପ୍ରାଚୀନ କାଳରେ ମୁଦ୍ରାରୂପେ ପ୍ରଚଳିତ ୧୧: ମାସ (ମତାନ୍ତରରେ ୨ମାସ) ଓଜନର ତମ୍ୱାଖଣ୍ଡ (ହିନ୍ଦୀ - ଶବ୍ଦସାଗର) — ୧୯. A bit of copper used in ancient India as currency weighing ୧୧ or ୨୦ Masās.
୧୭. କାର୍ଷାପଣ; କାହାଣ; ଷୋଳପଣ — ୧୭. One Kāhāṇa or sixteen Paṇas.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ପ୍ରଜ୍ଞା; ତୁଳ ପାଲି. ପନ୍ନା) ବାଲିଙ୍ଗି; ଦମ୍ଭ; ମୁହଁ ଭୁରୁଡ଼ୁ —୧. Bragging.

ପ୍ରାଣ ନିଏ ପଶ ସରେ ନାହିଁ ଢଗ

୨. (ବିଶେଷ୍ୟ ଓ ବିଶେଷଣ ସଙ୍ଗେ ଯୁକ୍ତ) (ଅମୁକ) କାର୍ଯ୍ୟ — ୨. The act of.

(ପଣିଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

(ଯଥା—ଚୋରପଣ, ଦୁଷ୍ଟପଣ)

୩. ଶ୍ଳେଷଭାଷା —୩. A pun (Howless).
୪. ଅଣା; ଷୋଳ ଭାଗରେ ଏକ ଭାଗ — ୪. One sixteenth of any thing.
୫. (ସଂସ୍କୃତ - ପଣ=ବ୍ୟବହାର) ଅବସ୍ଥା — ୫. State; condition.

କାମାତୁରା ନବୀନାଙ୍କ କାମନା ପୂରାଇ, ସାର୍ଥକ ପୁରୁଷପଣ କର ଏ ବୟସେ ରାଧାନାଥ. ମହାଯାତ୍ରା

[ଦ୍ରଷ୍ଟବ୍ୟ —ସଂସ୍କୃତ - ତ୍ୱ ଓ ତା ପ୍ରତ୍ୟର ଅର୍ଥ]

୬. ଅଧିକାର —୬. Authority.

ତାହାଙ୍କ ଆଜ୍ଞା ପରମାଣେ ବୈଷ୍ଣବ ମଧ୍ୟ ହେଲା ଜଣେ ଭକତି ଥାଉ ବା ନଥାଉ ଆମ୍ଭର ପଣ ନାହିଁ ଆଉ ଭୂପତି. ପ୍ରେମପଞ୍ଚାମୃତ

୭. କିଛି ଧନ —୭. Some money.

ପାଇଲେ ପଣେ କ୍ଷଣେ ଟେକି ସେ କହନ୍ତି—କୃଷ୍ଣସିଂହ. ମହାଭାରତ. ସଭା

ବ୍ରାହ୍ମଣେତ ସବୁ ଆଡ଼ରେ ବୁଲୁଥାନ୍ତି, ପାଇଲେ ପଣେ କ୍ଷଣେ ଟେକି ସେ କହନ୍ତି କୃଷ୍ଣସିଂହ. ମହାଭାରତ. ସଭା

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ ପାଉଣ୍ଡ୍; ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ପ୍ରଯୁଜ୍ୟ; ଯଥା—୧୬: ପଣ କାଗଜ; ୧୮: ପଣ କାଗଜ)

[ସମ୍ପାଦନା]

ଅଧସେରରୁ ଏକ ଦୋପଇସା କମ ଓଜନ ପରିମାଣ — A pound; a weight little less than ୧\୨ seer.