Jump to content

ପଣ୍ଡିଚେରି

ଉଇକିଅଭିଧାନ‌ରୁ

ପଣ୍ଡିଚେରି

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଭାରତର ମାନ୍ଦ୍ରାଜ ପ୍ରେସିଡ଼େନ୍ସିରେ ଫ୍ରାନ୍ସଦେଶ ଶାସିତ ସମୁଦ୍ରକୂଳବର୍ତ୍ତୀ ନଗର—

[ଦ୍ରଷ୍ଟବ୍ୟ —ଏହା ଫ୍ରେଞ୍ଚ୍ ଭାରତର ରାଜଧାନୀ ମାନ୍ଦ୍ରାଜର ଦକ୍ଷିଣକୁ ୧୨୨: ମାଇଲ ଦକ୍ଷିଣଆର୍କଟ ଜିଲ୍ଲାଦ୍ୱାରା ଏ ନଗର ତିନିଆଡ଼େ ବେଷ୍ଟିତ ଓ ଏହାର ପଶ୍ଚିମରେ ଆରବସାଗର ଭିଲ୍ଲିପୁରମ୍ଠାରୁ ଏସ୍. ଆଇ. ଆର୍. ରେଲର ଗୋଟିଏ ଶାଖା ପେଣ୍ଡିଚେରି ପର୍ଯ୍ୟନ୍ତ ଯାଇଅଛି ଖ୍ରୀ. ୧୬୮୩: ସାଲରେ ଏଠାରେ ପ୍ରଥମେ ଫରାସି ବସ୍ତି ସ୍ଥାପିତ ହୋଇଥିଲା ଯୁଦ୍ଧବିଗ୍ରହ ଓ ଅଶାନ୍ତିରେ ଏହା ବହୁବାର ଇଂରାଜଙ୍କ ହସ୍ତଗତ ହୋଇ ଶେଷରେ ଖ୍ରୀ. ୧୮୧୬: ଠାରୁ ଏହା ସ୍ଥାୟୀରୂପେ ଫ୍ରାନ୍ସର ହସ୍ତଗତ ହୋଇଅଛି ଏହା ଗୋଟିଏ ସମୃଦ୍ଧିଶାଳୀ ବଡ଼ ସହର ଓ ସ୍ୱାସ୍ଥ୍ୟକର ସ୍ଥାନ ଏହା ମଧ୍ୟ ଗୋଟିଏ ବାଣିଜ୍ୟ କେନ୍ଦ୍ର ଓ ବନ୍ଦର ପ୍ରତିବର୍ଷ ସମୁଦ୍ର ବାଟେ ଏ ବନ୍ଦରରେ ୫ ଜାହାଜ ଲାଗେ ଫ୍ରାନ୍ସ ତିଆରି ଜିନିସ ଏଠାରେ ଭାରତର ଅନ୍ୟ ସ୍ଥାନ ଅପେକ୍ଷା ଶସ୍ତାରେ ମିଳେ ଫରାସୀ ସେନାପତି ଡୁପ୍ଲେଙ୍କ ମର୍ମର ମୂର୍ତ୍ତି ଏଠାରେ ଅଛି ଭାରତର ଫରାସୀ ଅଧିକୃତ ଅନ୍ୟସ୍ଥାନମାନ ଯଥା— ଚନ୍ଦନ ନଗର, ମାହୀ, କରାଇକାଲ ଓ ୟେମାନ୍]