ପତଞ୍ଜଳି
ଦେଖଣା
ପତଞ୍ଜଳି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନାମ) (ଅପତତ୍=ପଡ଼ିଥିଲେ+ଅଞ୍ଜଳି=କରପୁଟ; ନିପାତନ)
[ସମ୍ପାଦନା]ମନୁବିଶେଷ; ପାତଞ୍ଜଳ ବା ଯୋଗ ଦର୍ଶନ ଓ ପାଣିନି ବ୍ୟାକରଣର ମହାଭାଷ୍ୟ ପ୍ରଣେତା —The name of a sage; the founder of the system of the Hindu j̄oga philosophy and the commentator of the aphorisma of the Sanskrit Grammar of Pāṇini.
[ ଦ୍ର—ପ୍ରବାଦ ଅଛି ଯେ ସ୍ୱର୍ଗରୁ ପାଣିନି ମୁନିଙ୍କର ଅଞ୍ଜଳି ମଧ୍ୟକୁ ଏ ମନୁ ସର୍ପାକାରରେ ପତିତ ହୋଇଥିଲେ ଏହାଙ୍କର ଦର୍ଶନଗ୍ରନ୍ଥର ନାମ ଯୋଗସୂତ୍ର ସାଧାରଣତଃ ଯୋଗଦର୍ଶନକାର ଓ ମହାଭାଷ୍ୟକାର ପତଞ୍ଜଳି ଜଣେ ଥିବାର ଲୋକେ ବିଶ୍ୱାସ କରନ୍ତି; କିନ୍ତୁ ପାଣିନି ବ୍ୟାକରଣର କାତ୍ୟାୟନଙ୍କ କୃତ ବାର୍ତ୍ତିକର ମହାଭାଷ୍ୟର ରଚୟିତା ପତଞ୍ଜଳି ଦର୍ଶନକାର ପତଞ୍ଜଳିଙ୍କଠାରୁ ସ୍ୱତନ୍ତ୍ର ଓ ଦର୍ଶନକାରଙ୍କର ବହୁ ବର୍ଷ ପରେ ଥିବାର ପ୍ରମାଣ ମିଳିଅଛି ହିନ୍ଦୀ - ଶ. ]