ପତତ୍ ପ୍ରକର୍ଷତା
ଦେଖଣା
ପତତ୍ ପ୍ରକର୍ଷତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପତତ୍+ପ୍ରକର୍ଷ+ତା)
[ସମ୍ପାଦନା]ରଚନାର ଦୋଷ— ବଶେଷ — A defect in composition.
[ ଦ୍ର—ଯେଉଁଠାରେ ଅନୁପ୍ରସାଦିର ପ୍ରକର୍ଷ କ୍ରମେ କମିଯାଏ ବା ରଚନାର ଭଙ୍ଗୀ ଶିଥିଳ ହୋଇପଡ଼େ ସେଠାରେ ପତତ୍ପ୍ରକର୍ଷତା ଦୋଷ ହୁଏ
ଯଥା—୧
ସ୍ୱଳ୍ପ କାଳେ ଶିଳ୍ପ କଳାଦିରେ ବାମା ହେଲା କୁଶଳା, ମାତ୍ର ଶସ୍ତ୍ରଶିକ୍ଷା ପ୍ରତି ମନ ତାର ସ୍ୱଭାବେ କଲା ରାଧାନାଥ, ଉଷା
ଏଠାରେ ପ୍ରଥମ ପାଦର 'ଳ' ଗତ ଅନୁପ୍ରାସ ଦ୍ୱିତୀୟ ପାଦରେ ରହି ପାରିଲା ନାହିଁ, ତେଣୁ କବିତାର ପ୍ରକର୍ଷ ପତିତି ହେଲା
- ୨. ମହାଖର ସ୍ରୋତସ୍ୱତୀ ପୂତ ଶିଳାମୟୀ ଗଣ୍ଡୁକୀର ତୀର ଛାଡ଼ି ରୁଣ୍ଡୀଭୂତି ଆସି ନିର୍ମୋକ ନିର୍ମୁକ୍ତ ତମ୍ପପ୍ରାୟେ କମ୍ପପ୍ତଦ ନାଗତଧାରିଣୀ ସାରଳାଞ୍ଛିଚ ଧ୍ୱଜିନୀ ମୈଥିଲାଖ୍ୟ , ମହାଦକ୍ଷ ଦଳନେ ରାଧାନାଥ, ମହାଯାତ୍ରା
ଏଠାରେ ରଚନାର ଭଙ୍ଗୀ କ୍ରମେ ଶିଥିଳ ହୋଇ ଯାଇଥିବାରୁ ଭଙ୍ଗୀ ଶୈଥିଲ୍ୟ ଦୋଷ ହେଲା ଅର୍ଥାତ୍ ପ୍ରତତ୍ ପ୍ରକର୍ଷତା ଦୋଷ ହେଲା ]