ପତିତ ପାବନ
ଦେଖଣା
ପତିତ ପାବନ
ଉଚ୍ଚାରଣ
[ସମ୍ପାଦନା](ପତିତ ପାବନୀ—ସ୍ତ୍ରୀ)
(ପତିତତ୍ରାତା—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ପାପୀର ତ୍ରାଣକାରୀ; ପାପୀର ଉଦ୍ଧାର କାରୀ; ପାପୀଙ୍କୁ ଯେ ଉଦ୍ଧାର କରେ — Saviour; purifying the sinful.
[ଦ୍ରଷ୍ଟବ୍ୟ —ଦେବତାମାନଙ୍କୁ ପତିତପାବନ ଓ ଦେବୀମାନଙ୍କୁ ପତିତପାବନୀ ସମ୍ୱୋଧନ କରାଯାଏ]
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ପାପୀର ତ୍ରାଣକର୍ତ୍ତା; ଈଶ୍ୱର — God; the Saviour of the sinful.
=== ଦେଶଜ - ବିଶେଷ୍ୟ -
- ୧. ପୁରୀ ଜଗନ୍ନାଥଙ୍କ ସିଂହଦ୍ୱାର ଗୁମୁଟରେ କାନ୍ଥରେ ପ୍ରତିଷ୍ଠିତ ଜଗନ୍ନାଥଙ୍କ ମୂର୍ତ୍ତି —୧. The image of the Deity Jagannātha just inside the lions gate of the Purī temple.
[ଦ୍ରଷ୍ଟବ୍ୟ —ଅସ୍ପଶ୍ୟଜାତିମାନେ ମନ୍ଦିର ବା ବେଢ଼ା ଭିତରକୁ ଯାଉ ନ ଥିବାରୁ ସିଂହଦ୍ୱାର ନିକଟରେ ଏହି ପତିତପାବନକୁ ଦର୍ଶନ କରନ୍ତି]
- ୨. ଦେବାଳୟମାନଙ୍କରେ ପ୍ରତିଷ୍ଠିତ କେବଳ ଜଗନ୍ନାଥଙ୍କ ମୂର୍ତ୍ତି — ୨. The image of Lord Jagannātha only set up and worshipped in a temple.
[ଦ୍ରଷ୍ଟବ୍ୟ —ପୁରୀ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ୩ମୂର୍ତ୍ତି ଅଛନ୍ତି, କିନ୍ତୁ ସିଂହଦ୍ୱାରସ୍ଥ ଗୁମୁଟରେ କେବଳ ଜଗନ୍ନାଥଙ୍କ ମୂର୍ତ୍ତି ସ୍ଥାପିତ ଯେଉଁ ଦେଉଳମାନଙ୍କରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ୩ ମୂର୍ତ୍ତି ପ୍ରିତିଷ୍ଠତ ନ ହୋଇ କେବଳ ଜଗନ୍ନାଥଙ୍କ ମୂର୍ତ୍ତି ପୂଜା ପାଉ ଥାଆନ୍ତି, ସେ ଦେଉଳରେ ପତିତମାନେ ଅଛନ୍ତି ବୋଲି ବୋଲାଯାଏ]