ପନ୍ଥେଈ ଓଷା
ଦେଖଣା
ପନ୍ଥେଈ ଓଷା
ଉଚ୍ଚାରଣ
[ସମ୍ପାଦନା](ପନ୍ଥେଈ ପୂଜା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଟମଙ୍ଗଳାଙ୍କ ଉଦ୍ଦେଶ୍ୟରେ ପୁଷମାସରେ ଗ୍ରାମ ଦାଣ୍ଡରେ ସ୍ତ୍ରୀମାନଙ୍କହାରା କରାଯିବା ପୂଜା ଓ ବ୍ରତ — Festival of worshipping the Pantheī Deity during the month of Pusha.
[ଦ୍ରଷ୍ଟବ୍ୟ — ଏଥିରେ ପୁଷମାସ ଆରମ୍ଭରୁ ୩ଦିନ, ୫ଦିନ, ବା ବାରଦିନ ପର୍ଯ୍ୟନ୍ତ ସନ୍ଧ୍ୟାବେଳେ ପରେ ଗ୍ରାମ ଦାଣ୍ଡରେ ପ୍ରତି ଗୃହସ୍ଥର ଘର ସାମନାରେ ଗାତ ଖୋଳି ଗାତ ଉପରେ ବାଲି ଗଦା କରି ଅପମାରଙ୍ଗ ଗଛ ପୋତି ଗ୍ରାମର ବୃଦ୍ଧତମା ସ୍ତ୍ରୀ ଗ୍ରାମର ବାଟକୁ ଓଳାନ୍ତି ଓ ଥରକେ ଗୋଟିଏ ପିଲାକୁ କାଖେଇ ତାର ଦୀର୍ଘ ଜୀବନ କାମନା କରୁ ଥାଆନ୍ତି ଓ ଉକ୍ତ ବାଲିଗଦାକୁ ମୁଢ଼ି, ଉଖୁଡ଼ା, ଚକୁଳି ପିଠା ଓ ବରାଆଦି ପିଠା ପୂଜା କରନ୍ତି ଶେଷରେ ସମସ୍ତେ ହୁଳହୁଳି ଦେଇ ଘରକୁ ଯାଆନ୍ତି ]