ପନ୍ନା
ଦେଖଣା
ପନ୍ନା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ପର୍ଣ୍ଣ, ବୃକ୍ଷର ପତ୍ରପରି ହରିଦ୍ୱର୍ଣ୍ଣ ଥିବାରୁ ବା ପନ୍ନା ନାମକ ସ୍ଥାନର ଖଣିରୁ ବାହାରୁଥିବାରୁ)
[ସମ୍ପାଦନା]ମରକତ ମଣି — Emerald,
[ଦ୍ରଷ୍ଟବ୍ୟ —ସଂସ୍କୃତ - ନାମ—ମରକତ, ମରକ୍ତ, ଗାରୁତ୍ମକ, ଗାରୁତ୍ମତ, ଗରୁଡ଼ାସ୍ୟ, ରାଜନୀଳ, ଆଶ୍ମଗର୍ଭ, ହରିନ୍ନଣି, ରୌହିଣେୟ, ଗରୁଡ଼ାଙ୍କିତ, ଗରୁଡ଼ୋଦ୍ଗୀର୍ଣ୍ଣ, ସୌପର୍ଣ୍ଣ, ବୁଧରତ୍ନ, ଗରଳାରି, ବାପବୋଳ, ଗରୁଡ଼, ଗାରୁଡ଼, ଗରୁଡ଼ୋତ୍ତୀର୍ଣ୍ଣ, ବାପ୍ରବୋଳା
କ୍ରମିୟମ୍ ନାମକ ମୌଳିକ ଉପାଦାନ ଏଥିରେ ଥିବାରୁ ଏହାର ବର୍ଣ୍ଣ ହରିତ୍ ବା ସାବଜା ହୁଏ ଦକ୍ଷିଣ ଆମେରିକାର କଲମ୍ୱିଆର ଖଣିରୁ ଉତ୍କୃଷ୍ଟ ପନ୍ନା ମିଳେ ଭାରତର ପନ୍ନା ରାଜ୍ୟର ଖଣିରୁ ମଧ୍ୟ ଏହା ମିଳେ ଫଳିତ ଜ୍ୟୋତିଷମତରେ ଏହାର ଅଧିଷ୍ଠାତା ବୁଧଗ୍ରହ ଓ ଏହା ଧାରଣ କଲେ ବୁଧଗ୍ରହର କୋପ ଶାନ୍ତ ହୁଏ ବୈଦ୍ୟକମତରେ ଏହା ମଧୁରସ, ରୁଚିକର, ପୁଷ୍ଟିକର, ବୀର୍ଯ୍ୟ— ବର୍ଦ୍ଧକ ଓ ପ୍ରେତବାଧା, ଅମ୍ଳପିତ୍ତ, ଜ୍ୱର, ବମନ, ଶ୍ୱାସ, ମନ୍ଦାଗ୍ନି, ପାଣ୍ଡୁ, ବାଘୀ ଓ ବିଷଦୋଷର ନାଶକ—ହିନ୍ଦୀ - ଶ.]