ପରକୀୟା
ଦେଖଣା
ପରକୀୟା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପରକୀୟ+ଆ)
[ସମ୍ପାଦନା]ପରକୀୟର ସ୍ତ୍ରୀଲିଙ୍ଗ — Feminine of Parakīyā.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ପରକୀୟ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ପର ପୁରୁଷ ପ୍ରତି ଆକୃଷ୍ଟା ସ୍ତ୍ରୀ — ୧. A woman devoted a paramour.
- ୨. କାବ୍ୟବର୍ଣ୍ଣିତ ନାୟିକାବିଶେଷ — ୨. A class of heroines described in love-stories.
[ଦ୍ରଷ୍ଟବ୍ୟ —ସଂସ୍କୃତ କାବ୍ୟମାନଙ୍କର ନାୟିକାମାନଙ୍କୁ ୩ ଶ୍ରେଣୀରେ ବିଭକ୍ତ କରାଯାଇଅଛି, ଯଥା—ସ୍ୱୀୟା ବା ସ୍ୱକୀୟା (ସ୍ୱାମୀ ପ୍ରତି ଆସକ୍ତା) ଅନ୍ୟା ବା ପରକୀୟା (ପରପୁରୁଷ ପ୍ରତି ଆସକ୍ତା), ସାଧାରଣସ୍ତ୍ରୀ (ବେଶ୍ୟା) ପରକୀୟା ନାୟିକାଙ୍କର ଦୁଇ ଭେଦ; ଯଥା—ଅନୁଢ଼ା (ଅବିବାହିତା) ଓ ଊଢ଼ା (ବିବାହିତା) ସ୍ୱେଚ୍ଛାକ୍ରମେ ପରପୁରୁଷ—ଠାରେ ଆସକ୍ତା ସ୍ତ୍ରୀକୁ ଉଦ୍ ବୁଦ୍ଧା ଓ ପର ପୁରୁଷର କୌଶଳ ବା ଚତୁରତାକ୍ରମେ ତାହାଠାରେ ଆସକ୍ତା ସ୍ତ୍ରୀକୁ ଉଦ୍ୱୋଧିତା ବୋଲାଯାଏ ପରକୀୟାଙ୍କର ପୁଣି ୬ ଭେଦ ଅଛି ଯଥା—ଗୁପ୍ତା, ବିଦଗ୍ଧା, ଲକ୍ଷିତା, କୁଳଟା, ଅନୁଶୟାନା ଓ ମୁଦିତା—ହିନ୍ଦୀ - ଶ.]